Latest Odisha News

BREAKING NEWS

ମର୍ଯ୍ୟାଦାର ସହ ସମ୍ପନ୍ନ ହେଲା ଓଡ଼ିଆ ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଆତଙ୍କବାଦୀଙ୍କ ସହିତ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢି ଦେଶମାତୃକା ଲାଗି ପ୍ରାଣବଳୀ ଦେଇଥିବା ବୀର ଓଡ଼ିଆ ଯବାନ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ମର୍ଯ୍ୟାଦା ସହକାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ତାଙ୍କର ଗ୍ରାମ ଅସ୍ତରଙ୍ଗରେ ଅନୁଷ୍ଠିତ ହୋଇଛି ।

ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବା ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ନିଆଯାଇଥିଲା । ଏହି ଶୋଭାଯାତ୍ରାରେ ତାଙ୍କର ଆତ୍ମୀୟ ସ୍ୱଜନ, ପରିବାରର ବନ୍ଧୁ କୁଟୁମ୍ବ, ଗାଁ ସାଙ୍ଗସାଥୀ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ନିଜ ଗ୍ରାମ ସମେତ ଆଖପାଖ ଗ୍ରାମର ହଜାର ହଜାର ବାସିନ୍ଦା ତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ ତହସିଲଦାର ଏବଂ ବିଡ଼ିଓ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୬ ତାରିଖ ଦିନ ଜମ୍ମୁ ଓ କାଶ୍ମୀର ବାରରାମୂଳା ସେକ୍ଟର ଅନ୍ତର୍ଗତ ଭାରତ-ପାକିସ୍ତା ସୀମାନ୍ତରେ ଆତଙ୍କବାଦୀମାନଙ୍କ ସହିତ ଏନକାଉଣ୍ଟରରେ ଗୁଳିବିନିମୟ ଘଟି ଆହତ ହୋଇ ଚିକିତ୍ସିତ ହେଉଥିଲେ ଓଡ଼ିଆ ଯବାନ ହେମନ୍ତ ପଣ୍ଡା ।

ତେବେ ରବିବାର ରାତିରେ ତାଙ୍କର ମରଶରୀରକୁ ଦିଲ୍ଲୀରୁ ଏକ ବିମାନ ଯୋଗେ ତାଙ୍କ ଗ୍ରାମକୁ ଅଣାଯାଇଥିଲା ।

ବୀର ସହିଦ ହେମନ୍ତ ପଣ୍ଡା ୨୦୧୭ ମସିହାରେ ଭାରତୀୟ ସେନାରେ ଯୋଗଦେବା ପରେ ଜମ୍ମୁ ଓ କାଶ୍ମୀରର ବାରାମୂଳା ସେକ୍ଟରଠାରେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

Leave A Reply

Your email address will not be published.