Latest Odisha News

BREAKING NEWS

କୋରାପୁଟ ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

କୋରାପୁଟ : କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ କେବିଡି ଗ୍ରାମର ଏକ କଲଭର୍ଟ ନିକଟରୁ ସୋମବାର ଦିନ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ନବଜାତ ଶିଶୁକୁ ଏକ କପଡାରେ ଗୁଡାଇ ନିକଟସ୍ଥ କଲଭର୍ଟ ପାଖରେ କେହି ଜୀବନ୍ତ ପୋତି ପକାଇଥିଲା । ଗ୍ରାମର ଜଣେ ବୃଦ୍ଧାଙ୍କ ସମେତ ସ୍ଥାନୀୟ ବାସିନ୍ଦା ଶିଶୁଟିର କାନ୍ଦ ଶୁଣି ତାକୁ ଉଦ୍ଧାର କରିଥିଲେ ।

ଗ୍ରାମବାସୀମାନେ ପ୍ରଥମେ ଏହା ଦେଖି ପୋଲିସକୁ ଜଣାଇଥିଲେ । ପୋଲିସ ଚିକିତ୍ସା ନିମନ୍ତେ ରାବଣାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂଚନାନୁଯାୟୀ ଉକ୍ତ ନବଜାତକ ଶିଶୁ କନ୍ୟାଟି ସାମାନ୍ୟ ହାଇପୋର୍ଥମିଆ ରୋଗରେ ପୀଡିତ ରହଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.