Latest Odisha News

BREAKING NEWS

ମୁମ୍ବାଇର ଚନ୍ଦନୱାଡି ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲେ ରିଷି କପୁର

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେବଲିଉଡର ବର୍ଷିଆନ୍ ଅଭିନେତା ରିଷି କପୁରଙ୍କୁ। ମୁମ୍ବାଇ ସ୍ଥିତ ଚନ୍ଦନୱାଡି ଶ୍ମଶାନରେ ଦିଆଯାଇଛି ତାଙ୍କୁ ଅନ୍ତିମ ବିଦାୟ । ସପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ରିଷିଙ୍କ ଅନ୍ତିମ ସଂସ୍କାର ।

ଏହି ଅନ୍ତିମ ସଂସ୍କାରରେ କରିନା କପୁର, ସୈଫ ଅଲ୍ଲି ଖାନ, ମେଗାଷ୍ଟାର ତଥା ବିଗ୍ ବି ଅମିତାଭ ବଚ୍ଚନ, ନିର୍ଦ୍ଦେଶ ରାହୁଲ ରାୱେଲ, ଅୟାନ ମୁର୍ଖାଜୀ, ଅଭିଷେକ ବଚ୍ଚନ ଓ ଆଲିଆ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ । କରୋନା ମହାମାରୀରେ ସାମାଜିକ ଦୂରତା ରକ୍ଷା ହେତୁ ଶେଷ ଯାତ୍ରାରେ କେବଳ ୨୦ ଜଣଙ୍କୁ ଅନୁମତି ଦିଆଯାଇଥିଲା ।

ଗୁରୁବାର ସକାଳେ ରିଷି କପୁରଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ବଲିଉଡ୍ ଦୁନିଆରେ ଏକ ଅପୂରଣୀୟ କ୍ଷତି ଘଟିଛି। ରିଷି କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ମୁମ୍ବାଇର ସାର୍ ଏଚ୍ ଏନ୍ ରିଲାଏନ୍‌ସ୍ ଫାଉଣ୍ଡେସନ୍ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଯାଇଛି।

Leave A Reply

Your email address will not be published.