ନୂଆଦିଲ୍ଲୀ:ପଞ୍ଚତତ୍ତ୍ବରେ ବିଲୀନ ହୋଇଛନ୍ତି ତେଜସ୍ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶ ସାୟଲ । ଦୁବାଇ ଏୟାର ଶୋ’ ବେଳେ ତେଜସ୍ ଦୁର୍ଘଟଣାରେ ସହିଦ ହୋଇଥିଲେ ୱିଙ୍ଗ କମାଣ୍ଡର ନମଂଶ । ଆଜି ତାଙ୍କ ଜନ୍ମମାଟି ପଟିୟାଲକର ଗାଁରେ ପୂର୍ଣ୍ଣ ସାମରିକ ସମ୍ମାନ ସହିତ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଗତକାଲି ସ୍ୱତନ୍ତ୍ର ବାୟୁସେନା ବିମାନରେ ୱିଙ୍ଗ୍ କମାଣ୍ଡର ନମଂଶ ସାୟଲଙ୍କ ପାର୍ଥିବ ଶରୀରକୁ ଦୁବାଇରୁ ସୁଲୁର ଏୟାର ଫୋର୍ସ ଷ୍ଟେସନକୁ ଅଣାଯାଇଥିଲା । ସେଠାରେ ଭାରତୀୟ ବାୟୁସେନାର ଅଧିକାରୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରେ ବାୟୁସେନା ତରଫରୁ ଗାର୍ଡ ଅଫ ଅନର୍ ଦିଆଯାଇଛି। ଖାଲି ସେତିକି ନୁହେଁ ସେଠାରେ ତାଙ୍କ ପତ୍ନୀ ଅଫସାନା ତାଙ୍କୁ ଲୁହ ଭିଜା ଆଖିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନମଂଶଙ୍କ ପତ୍ନୀ ଅଫସାନା ମଧ୍ୟ ବାୟୁସେନାରେ ପାଇଲଟ ଅଛନ୍ତି। ତାଙ୍କର ଏକ ସାତ ବର୍ଷ ଝିଅ ମଧ୍ୟ ଅଛି।
ଆଜି ସାମରିକ ସମ୍ମାନ ସହ ବାୟୁସେନାର ଅନ୍ୟ ଏକ ବିମାନରେ ପାର୍ଥିବ ଶରୀର ହିମାଚଳ ପ୍ରଦେଶ କାଙ୍ଗ୍ରା ଜିଲ୍ଲାର ଗଗ୍ଗଲ ବିମାନବନ୍ଦରରେ ପହଞ୍ଚିଥିଲା । ଗଗ୍ଗଲ ବିମାନବନ୍ଦରରୁ ପାର୍ଥିବ ଶରୀର ଯିବା ସମୟରେ ଲୋକମାନେ ରାସ୍ତା କଡ଼ରେ ଅନ୍ତିମ ଦର୍ଶନ କରିବାକୁ ଠିଆ ହୋଇଥିଲେ।
ସହିଦ ୱିଙ୍ଗ କମାଣ୍ଡର ନମଶ ସିଆଲ ପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ଅନ୍ତିମସଂସ୍କାର କରାଯାଇଛି । ହଜାର ହଜାର ଲୋକ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ତାଙ୍କ ଭାଇ ମୁଖାଗ୍ନି ଦେଇଥିଲେ ।
ସୂଚନାଥାଉକି, ଶୁକ୍ରବାର ଦୁବାଇ ଏୟାର ସୋ’ର ଶେଷ ଦିନ ଥିଲା। । ଉଡ଼ାଣ କୌଶଳ ପ୍ରଦର୍ଶନ ସମୟରେ ବିମାନଟି ହଠାତ୍ ନିୟନ୍ତ୍ରଣ ବାହାରକୁ ଯାଇ ରନ୍ ୱେ ନିକଟରେ ଖସିପଡ଼ିବା ସହ ଜଳିଯାଇଥିଲା। ଆଉ ଏଥିରେ ମାତ୍ର ୩୫ ବର୍ଷ ବୟସରେ ସହିଦ ହୋଇଥିଲେ ୱିଙ୍ଗ କମାଣ୍ଡର ନମଂଶ ସୟାଲ।
Comments are closed.