Latest Odisha News

BREAKING NEWS

ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟପରାଗ; ଜାଣନ୍ତୁ ଭାରତରେ କେତେବେଳେ ହେବ ଦୃଶ୍ୟମାନ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୪ ତାରିଖରେ ହେବାକୁ ଯାଉଛି ବର୍ଷର ଶେଷ ସୂର୍ଯ୍ୟୋପରାଗ। ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ପରାଗ ଅଧିକାଂଶ ଅଂଚଳ ସମୁଦ୍ର ମଧ୍ୟ ଦେଇ ଯିବ ବୋଲି ଜଣାପଡିଛି।

ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ଦେଇଥିବା ସୂଚନା ଅନୁସାରେ, ବର୍ଷର ଏହି ଶେଷ ସୂର୍ଯ୍ୟୋପରାଗ ଭାରତରେ ଦୃଶ୍ୟମାନ ହେବନାହିଁ। ଏହାସହ ସନ୍ଧ୍ୟା ୭ଟା ୩ ମିନିଟରେ ଏହି ପରାଗ ଆରମ୍ଭ ହୋଇ ରାତି ୧୨ଟା ୩୦ରେ ଶେଷ ହେବ। ରାତି ୯ଟା ୪୩ ମିନିଟରେ ଏହା ସର୍ବାଧିକ ସଂଘଟିତ ହେବ ବୋଲି କୁହାଯାଇଛି।

ଅନ୍ୟପଟେ ଆଗାମୀ ବର୍ଷ ଅର୍ଥାତ ୨୦୨୧ରେ ହେବାକୁ ଯାଉଥିବା ୨ଟି ସୂର୍ଯ୍ୟୋପରାଗ ମଧ୍ୟ ଭାରତରେ ଦେଖାଯିବ ନାହିଁ ବୋଲି ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ତେବେ ପରବର୍ତ୍ତୀ ପରାଗ ୨୦୨୨ ମସିହା ଅକ୍ଟୋବର ୨୫ ତାରିଖରେ ହେବାକୁ ଥିବା ବେଳେ ଏହାର ଆଂଶିକ ପ୍ରଭାବ ଭାରତରେ ଦେଖାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.