Latest Odisha News

ଧର୍ମେନ୍ଦ୍ର ଏହି କଥାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ଲତା ମଙ୍ଗେଶକର; ୨୦ ମିନିଟ୍‌ ଧରି ଫୋନରେ ହୋଇଥିଲେ କଥା

ନୂଆଦିଲ୍ଲୀ: ବଲିଉଡର ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ହେଉଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ତାରକା ଯିଏ ତାଙ୍କ କ୍ୟାରିୟରରେ ଅନେକ ହିଟ୍‌‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ନିକଟରେ ଧର୍ମେନ୍ଦ୍ରଙ୍କ ଏକ ପୋଷ୍ଟ ତାଙ୍କ ପ୍ରଶଂସକଙ୍କୁ ବହୁତ ଅସୁବିଧାରେ ପକାଇଥିଲା। ତାଙ୍କର ଏକ ଟ୍ୱିଟରେ ତାଙ୍କର ନିରାଶାଭାବ ସ୍ପଷ୍ଟ ଭାବେ ଜଣାପଡ଼ିଯାଉଥିଲା।

ଏହି ଟୁଇଟ୍ କେବଳ ପ୍ରଶଂସକ ନୁହଁନ୍ତି ଦିଗ୍‌ଗଜ ଗାୟିକା ଲତା ମଙ୍ଗେଶକରଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। ଏହା ପରେ ଲତା ମଙ୍ଗେଶକର ଧର୍ମେନ୍ଦ୍ରଙ୍କ ସହ ଫୋନ୍‌ ଯୋଗେ ତାଙ୍କ ସହ ପ୍ରାୟ ୨୦ ମିନିଟ୍ କଥା ହୋଇଥିଲେ।

ବାସ୍ତବରେ, ନିକଟରେ ଧର୍ମେନ୍ଦ୍ର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଟୁଇଟ୍ କରିଛନ୍ତି। ଏହି ଟ୍ୱିଟରେ ସେ ଲେଖିଛନ୍ତି, ‘ଶରୁର୍‌ ନହି ଆୟା ସାଦ୍‌ଗୀ କୋ ମେରୀ, ଉମର ଭର୍‌ ମୈ ସେହତା ହି ଆୟା,।

ଲତା ମଙ୍ଗେଶକରଙ୍କ ସହ ଫୋନ୍‌ରେ ହୋଇଥିବା ହୋଇଥିବା ବାର୍ତ୍ତାଳାପ ବିଷୟରେ ଧର୍ମେନ୍ଦ୍ର କହିଥିଲେ ଯେ,’ଯେତେବେଳେ ଲତା ଜୀ ମୋତେ ଫୋନ୍‌ କରିଥିଲେ ଏବଂ ମୋର ସମସ୍ୟା ଜାଣିବାକୁ ଚାହିଁଲେ ମୋର ସମସ୍ତ ଦୁଃଖ ସେତେବେଳେ ଦୂର ହୋଇଗଲା। ମୋର ତାଙ୍କ ପ୍ରତି ଥିବା ପ୍ରେମ ଏବଂ ମୋ ପ୍ରତି ଥିବା ତାଙ୍କ ସ୍ନେହ କୌଣସି ସର୍ତ୍ତ ନାହିଁ। ଭଗବାନ ତାଙ୍କୁ ସୁସ୍ଥ ଏବଂ ଖୁସିରେ ରଖନ୍ତୁ। ‘

Comments are closed.