Latest Odisha News

BREAKING NEWS

ଖେଳ ଓ ଖାଦ୍ୟ ପ୍ରିୟ ଥିଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର୍‌

ମୁମ୍ବାଇ: ଆଜିବି ମନେ ପଡ଼ନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର  । ‘ମେରି ଆୱାଜ ହି ପେହେଚାନ ହୈ ମେରି..’ ବାସ୍ ଏଇ ଗୋଟିଏ ଧାଡି ହିଁ ତାଙ୍କର ପରିଚୟ । ଭାରତ ରତ୍ନ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପୁଣି ମନେ ପଡିଛନ୍ତି କୋକିଳ କଣ୍ଠି ଗାୟିକା ଲତା ମଙ୍ଗେସକର । ୬ ଫେବୃଆରୀ ୨୦୨୨ରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ ସ୍ୱର ସାମ୍ରାଜ୍ଞୀ ଲତା । ସେ ନାହାଁନ୍ତି ସତ କିନ୍ତୁ ସେ ଆଜି ବି ସମସ୍ତଙ୍କ ହୃଦୟରେ ସେହି ସର୍ବୋଚ୍ଚ ସ୍ଥାନରେ ଅଛନ୍ତି  ।  ଆଉ ସବୁଠୁ ବଡ଼ କଥା ହେଲା ତାଙ୍କର ଅନୁପସ୍ଥିତି ବଲିଉଡ ଦୁନିଆରେ ସୃଷ୍ଟି କରିଥିଲା ଏକ ଅପୂରଣୀୟ କ୍ଷତି । ଯାହାକୁ ହୁଏତ କେବେ ଭରଣା କରାଯାଇ ନ ପାରେ ।

ତେବେ ଏସବୁ ଭିତରେ ଲତାଙ୍କ ଜୀବନି ଥିଲା ଏକ ଖୋଲା ବହି ସଦୃଶ । ହେଲେ ଏମିତି ଆହୁରି କିଛି କଥା ରହିଛି ଯାହା ଅନେକଙ୍କୁ ଆଜି ବି ଅଜଣା । ଲତା ମଙ୍ଗେସକର ପ୍ରଥମେ ଏକ ମରାଠି ଗୀତ ଗାଇଥିବା ବେଳେ ଏହା କିନ୍ତୁ କେବେ ରିଲିଜ୍ ହୋଇ ନ ଥିଲା । ପରେ ତାଙ୍କୁ ଆକ୍ଟିଂ ଡେବ୍ୟୁ କରିବାକୁ ସୁଯୋଗ ମିଳିଥିଲା । ଲତା ଖେଳ ପ୍ରିୟ ଥିଲେ । ସେ କ୍ରିକେଟ ସହ ଟେନିସ ଓ ଫୁଟବଲ ଦେଖିବାକୁ ସେ ବେଶ ପସନ୍ଦ କରୁଥିଲେ । ଏଥିସହ  ଲତା ମଙ୍ଗେସକର  ଖାଦ୍ୟ ପ୍ରିୟ ଥିଲେ  । ସେ ଆମିଷ ଭୋଜନ କରିବାକୁ ପସନ୍ଦ କରୁଥିଲେ । ହେଲେ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ତାଙ୍କ ମନ ପସନ୍ଦ ଖାଦ୍ୟ ବି ଛାଡି ଦେଇଥିଲେ ।

ଯେତେବେଳେ ସେ ମୁମ୍ବାଇରେ ରହି ସଙ୍ଗିତ ଶିକ୍ଷା କରୁଥିଲେ ସେତେବେଳେ ତାଙ୍କ ଗୁରୁ ନିଜ ହାତରେ ଆମିଷ ଖାଦ୍ୟ ପ୍ରସ୍ତୁତ କରି ଖୁଆଉଥିଲେ । ଲତାଙ୍କର ଏହି ଖାଦ୍ୟ ରୁଚିକୁ ନେଇ ସମସ୍ତେ ଅଜଣା । ଏମିତି ଅନେକ କଥା ରହିଛି  । ଯାହା ଲତାଙ୍କ ଜୀବନି ସହ ଜଡ଼ିତ  । ସେହିପରି ଲତା ତାଙ୍କ ପରିବାରର ଆର୍ଥିକ ସମସ୍ୟା କାରଣରୁ ସେ ପାଠ ନ ପଢି ବରଂ ଭଉଣୀ ଆଶା ଭୋସଲେ ପାଠ ପଢନ୍ତୁ ବୋଲି ଚାହିଁଥିଲେ । ଲତା ତାଙ୍କ ସୁନ୍ଦର ଗୀତ ପାଇଁ ୬ଟି ଭିନ୍ନ ଭନ୍ନ ବିଶ୍ୱବିଦ୍ୟାଳୟରୁ ମିଳିଛି ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ ।

କୋକିଳ କଣ୍ଠି ଗାୟିକା ଲତା ମଙ୍ଗେସକର ଆଜି ଆମ ଗହଣରେ ନାହାନ୍ତି ସତ ହେଲେ ଆଜିବି ମନେପଡ଼େ ତାଙ୍କର ସେହି ସୁନ୍ଦର ସ୍ୱର  ।

 

Leave A Reply

Your email address will not be published.