Latest Odisha News

BREAKING NEWS

ସକାଳ ଜଳଖିଆରେ ସାମିଲ କରନ୍ତୁ ବାସିରୁଟି; ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବାସି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ୧୨ ଘଣ୍ଟାରୁ ଅଧିକ ସମୟ ରହିଥିବା କୌଣସି ଖାଦ୍ୟ ଖାଇଲେ ଫୁଡ୍ ପଏଜନିଙ୍ଗ୍ ସହ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ। ମାତ୍ର ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ବାସି ରୁଟି ଖାଇବା ଦ୍ୱାରା ଅନେକ ରୋଗରୁ ଉପଶମ ମିଳିଥାଏ ।

ଦେଖାଯାଏ କେହି କେହି କ୍ଷୀର କିମ୍ବା ଚା’ ରେ ବାସିରୁଟି ଖାଇବାକୁ ପସନ୍ଦ କରନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖିର ସହ ବାସି ରୁଟି ଖାଇବା ସବୁଠୁ ଭଲଦାୟକ ହୋଇଥାଏ।ସମସ୍ତ ବର୍ଗର ଲୋକେ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରି ପାରିବେ ।

ସକାଳ ଜଳଖିଆରେ ଖିରରେ ବାସି ରୁଟିକୁ ଭିଜାଇ ଖାଇଲେ ତାହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ପ୍ରାୟ ୧ ସପ୍ତାହ ଏପରି ଜଳଖିଆ କରିବା ପରେ ନିଜର ରକ୍ତଚାପକୁ ଅନୁଧ୍ୟାନ କରନ୍ତୁ। ଦେଖିବେ ନିଶ୍ଚୟ ଫରକ ପାରିଲିଖିତ କରିବେ ।

ଡାକ୍ତରଙ୍କ ଅନୁଯାୟୀ ବାସି ରୁଟିରେ ସୋଡିୟମ୍ ଯଥେଷ୍ଟ ପରିମାଣର ଥାଏ, ଯାହା ଖାଇଲେ ଅମ୍ଳ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଖାଇବା ଦ୍ଵାରା ଆମର ଓଜନ ନିୟନ୍ତ୍ରିତ ରହିବା ସହ ମଧୁମେହ ହେବାର ଆଶଙ୍କା ମଧ୍ୟ କମ୍ ରହିଥାଏ ।

Leave A Reply

Your email address will not be published.