ଭୁବନେଶ୍ୱର: ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ପୂର୍ବତନ ମନ୍ତ୍ରୀ, ସମାଜସେବୀ ତଥା ତିର୍ତ୍ତୋଲ ଏବଂ ଜଗତସିଂହପୁର ଅଂଚଳର ଅନ୍ୟତମ ବିଶିଷ୍ଟ ନେତା ସ୍ୱର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କର ଜନ୍ମ ଶତ ବାର୍ଷିକ ଉତ୍ସବ ଚଳିତ ମାସ ଅକ୍ଟୋବର ୨୩ ତାରିଖରୁ ଶୁଭାରମ୍ଭ ହେବ । ଏହି ଉପଲକ୍ଷେ ଗଠିତ ରାଜ୍ୟ ସ୍ତରୀୟ କମିଟିର ଆବାହକ ରହିଛନ୍ତି ବରିଷ୍ଠ ସାହିତ୍ୟିକ ତଥା ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ।
ଅଭ୍ୟର୍ଥନା ସମିତିରେ ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ବିଧାୟକଙ୍କ ମଧ୍ୟରେ ଅମର ପ୍ରସାଦ ଶତପଥୀ, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ କୁମାର ମୁଦୁଲି, ଇଂ. ସମ୍ବିତ୍ ରାଉତରାୟ, ପୂର୍ବତନ ବିଧାୟକଙ୍କ ମଧ୍ୟରେ ପ୍ରଭାତ କୁମାର ତ୍ରିପାଠୀ, ଦେବାଶିଷ ସାମନ୍ତରାୟ ସଦସ୍ୟ ଅଛନ୍ତି ।
ସେହିପରି ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ରହିଛନ୍ତି ଇଂ. ଶାରଦା ପ୍ରସାଦ ମହାନ୍ତି, ଉପାଧ୍ୟକ୍ଷ ଅଛନ୍ତି ପୂର୍ବତନ ଆଇ.ଏ.ଏସ୍ ଶ୍ରୀ ସର୍ବେଶ୍ୱର ମହାନ୍ତି, ପ୍ରଫେସର ଡଃ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଶ୍ରୀ ବିପିନ ବିହାରୀ ରାୟ । ଏହାର ସାଧାରଣ ସଂପାଦକ ଅଛନ୍ତି ଇଂ. ପ୍ରକାଶ ଚନ୍ଦ୍ର ମହାନ୍ତି ଓ ସଂଗଠନ ସଂପାଦକ ରହିଛନ୍ତି ଯୁବନେତା ଶ୍ରୀ ନିଶିତ୍ କରଣ । ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ସର୍ବଶ୍ରୀ ବିବେକାନନ୍ଦ ପାଣିଗ୍ରାହୀ , ଡକ୍ଟଟର ବଦ୍ରିନାଥ ପଟ୍ଟନାୟକ, ଇଂ. ପ୍ରଦ୍ୟୁମ୍ନ କାନୁନ୍ଗୋ, ଆଡ୍ଭୋକେଟ୍ ଦେବସ୍ନାନ ଦାସ, ବରିଷ୍ଠ ସାମ୍ବାଦିକଙ୍କ ମଧ୍ୟରେ ସର୍ବଶ୍ରୀ ଦେବୁ ପଟ୍ଟନାୟକ, ଅର୍ଜୁନ ମୁଦୁଲି ଓ ଜ୍ଞାନରଞ୍ଜନ ସାମନ୍ତରାୟ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତି ରହିଛନ୍ତି ବୋଲି କମିିଟି ପକ୍ଷରୁ ଜଣାଯାଇଛି ।
ଏହି ଜନ୍ମ ଶତବାର୍ଷିକ ଉତ୍ସବ ଚଳିତ ଅକ୍ଟୋବର ମାସ ୨୩ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଭୁବନେଶ୍ୱର ସ୍ଥିତ ବ୍ଲଡ୍ ବ୍ୟାଙ୍କ ପରିସରରେ ରକ୍ତଦାନ ଶିବିରରୁ ଶୁଭାରମ୍ଭ ହେବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କମିଟି ତରଫରୁ କୁହାଯାଇଛି ।
Comments are closed.