ବରଗଡ଼: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ବରଗଡ ଜିଲ୍ଲା ଖଜୁରଟିକ୍ରା ଅଞ୍ଚଳର କମ୍ୟୁନିଷ୍ଟ ନେତା ସ୍ବର୍ଗତଃ ରମେଶ ଚନ୍ଦ୍ର ଗୁରୁଙ୍କ ସଞ୍ଚିତ ସମସ୍ତ ପୁଞ୍ଜି ଦୁଇ ଲକ୍ଷ ଟଙ୍କାକୁ ଜଣେ ଛାତ୍ରୀକୁ ତାହାର ସୁନ୍ଦର ଭବିଷ୍ୟତ ଗଠନ ସକାଶେ ପ୍ରଦାନ କରାଯାଇଛି । ସ୍ବର୍ଗତ ଗୁରୁଙ୍କ ଭଣଞ୍ଜା କିଶୋର ପଣ୍ତାଙ୍କ ପ୍ରଦତ୍ତ ଚେକ୍ ଟିକୁ ପ୍ରଦାନ କରାଯାଇଥିଲା ।
ବିଶିଷ୍ଟ ସମାଜସେବୀ ସ୍ବର୍ଗତଃ ଲେଙ୍ଗୁ ମିଶ୍ରଙ୍କ ଧର୍ମପତ୍ନୀ ଯଶୋଦା ମିଶ୍ର ଏହି ଚେକ୍ ଟିକୁ ଖଜୁରଟିକ୍ରା ହାଇସ୍କୁଲର ଛାତ୍ରୀ ରୋଶନୀ ରାଉତକୁ ପ୍ରଦାନ କରିଥିବା ବେଳେ, ସମାଜସେବୀ ଗୀତା ମିଶ୍ର ଉପଢୌକନ ପ୍ରଦାନ ପୂର୍ବକ ଏବଂ ମହିଳା ସମିତିର ସଭାନେତ୍ରୀ ରାଧାରାଣୀ ମିଶ୍ର ପୁଷ୍ପଗୁଚ୍ଛ ଦେଇ ରୋଶନୀକୁ ଅଭିନନ୍ଦନ ଜଣାଇ ତାହାର ସୁନ୍ଦର ଭବିଷ୍ୟତ କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବରଗଡ ଜିଲ୍ଲ ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ, ଗଣଇସ୍ତାହାର ମୁଖ୍ୟ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର, ବରଗଡ ମହିଳା ସମିତିର ମମତା ମିଶ୍ର, ସନ୍ଧ୍ୟାରାଣୀ ମିଶ୍ର, ସନ୍ତୋଷ ରାଉତ, ନନ୍ଦ କୁମାର ମିଶ୍ର, ସରୋଜ ପୂଜାରୀ, ବରୀଷ୍ଠ ସାମ୍ବାଦିକ ବିଜୟ କୁମାର ମିଶ୍ର ପ୍ରମୁଖ ସାମିଲ ହୋଇ ସମାଜରେ ଝିଅ ମାନଙ୍କୁ ଶିକ୍ଷାରେ ବଞ୍ଚିତ ହେବାକୁ ନ ଦେବା ପାଇଁ ଏହା ଏକ ଅନନ୍ୟ ଉଦାହରଣ ହୋଇ ରହିବ ବୋଲି ମତପ୍ରକାଶ କରିଥିଲେ ।
Comments are closed.