ଆପଣମାନେ କେବେହେଲେ ବିଶ୍ୱାସ କରିବେ ନାହିଁ ଯେ, ଦୁନିଆରେ ଏପରି ସ୍ଥାନ ଅଛି ଯେଉଁଠାରେ ମହିଳାମାନେ ଅସ୍ଥାୟୀ ଓ ଭଡାରେ ପତି ଯୋଗାଡ କରନ୍ତି । ଏହା କିନ୍ତୁ ସତ୍ୟ । ୟୁରୋପର ଲାଟଭିୟାରେ ଏ ଭଳି ଘଟଣା ଦେଖିବାକୁ ମିଳୁଛି । ଏଠାରେ ପୁରୁଷଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗୁଛି । ଫଳରେ ମହିଳାମାନେ ବିଭିନ୍ନ କାର୍ଯ୍ୟ ପାଇଁ ପୁରୁଷଙ୍କ ସାହାଯ୍ୟ ନେଇଥାନ୍ତି । ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ୧୫.୫ ପ୍ରତିଶତ କମ ରହିଚି । ମହିଳାମାନେ ବିଦେଶରୁ ପାର୍ଟନର ଖୋଜିବାରେ ମଧ୍ୟ ବ୍ୟସ୍ତ ରହିଥାନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ପୁରୁଷ ଯୋଗାଣ ପାଇଁ ବିଭିନ୍ନ ୱେବସାଇଟ ଓ ପ୍ଲାଟଫର୍ମ ରହିଛି ।
କେବଳ ଶାରୀରିକ ସୁଖ ନୁହେଁ ଅନ୍ୟ କାମ ପାଇଁ ପୁରୁଷଙ୍କ ଆବଶ୍ୟକତା ରହୁଛି । ସେଥିପାଇଁ ସେମାନେ ଅର୍ଥ ପୈଠ କରି ଏକ ଘଂଟା ପାଇଁ ଅସ୍ଥାୟୀ ପତିର ଆବଶ୍ୟକତା ରହିଛି ବୋଲି ଜଣାଉଛନ୍ତି । ପୁରୁଷ ବ୍ୟକ୍ତି ଘରର ଦୈନିକ କାର୍ଯ୍ୟଠାରୁ ଆରମ୍ଭ କରି ଅନ୍ୟ ପରିଶ୍ରମ କାମ ମଧ୍ୟ କରିଥାନ୍ତି । ରିପୋର୍ଟ ମୁତାବକ ଏଠାକାର ପୁରୁଷମାନେ ମହିଳାଙ୍କ ତୁଳନାରେ କମ ବୟସ ବଂଚିଥାନ୍ତି । ସେମାନେ ମାତ୍ରାଧିକ ଧ୍ରୁମପାନ ଓ ମଦ୍ୟପାନ କରିବା ଏହାର ମୂଖ୍ୟ କାରଣ ଭାବେ ବିବେଚନା କରାଯାଉଛି । ଲାଟଭିୟା ଏହାର ପାଖାପାଖି ଅନ୍ୟ ଦେଶଗୁଡିକରେ ମଧ୍ୟ ଏବେ ଏହି ପ୍ରଥା ବୃଦ୍ଧି ପାଇବାରେ ଲାଗିଛି ।