ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଭାରତରେ ଏକ ନୂଆ ଭର୍ଚୁଆଲ ଡେସ୍କଟପ୍ ସର୍ଭିସ ‘ଜିଓପିସି’ ଲଞ୍ଚ କରିଛି। ଏହି ସ୍ୱତନ୍ତ୍ର ସର୍ଭିସ ମାଧ୍ୟମରେ ଉପଭୋକ୍ତାମାନେ ନିଜ ଟିଭିକୁ ଏକ କମ୍ପ୍ୟୁଟରରେ ରୂପାନ୍ତରିତ କରିପାରିବେ। ସବୁଠାରୁ ଖାସ କଥା ହେଲା, ଏଥିପାଇଁ ସେମାନଙ୍କୁ କୌଣସି ମହଙ୍ଗା ସିଷ୍ଟମର ଆବଶ୍ୟକତା ନାହିଁ। ଆସନ୍ତୁ ଜାଣିବା ଏହି ସର୍ଭିସ କ’ଣ ଓ ଏହାର ଲାଭ କ’ଣ…
ଜିଓପିସି କ’ଣ?
ଜିଓପିସି ହେଉଛି ଏକ ଭର୍ଚୁଆଲ ଡେସ୍କଟପ୍ ସର୍ଭିସ, ଯାହାକୁ ଜିଓର ସେଟ-ଟପ୍ ବକ୍ସ ମାଧ୍ୟମରେ ବ୍ୟବହାର କରାଯାଇପାରିବ। ଅର୍ଥାତ୍, ଯଦି ଆପଣଙ୍କ ପାଖରେ ଜିଓର ସେଟ-ଟପ୍ Vulkan 4000 ବକ୍ସ ଅଛି, ଯାହା ଜିଓଫାଇବର ସହ ମାଗଣାରେ ମିଳେ କିମ୍ବା ଅଲଗା ଭାବେ ୫,୪୯୯ ଟଙ୍କାରେ କିଣାଯାଇପାରେ, ତେବେ ଆପଣ ନିଜ ଟିଭିକୁ ଏକ କମ୍ପ୍ୟୁଟର ଭଳି ବ୍ୟବହାର କରିପାରିବେ। ଜିଓପିସି ଏକ କ୍ଲାଉଡ୍-ବେସ୍ଡ ସିଷ୍ଟମ, ଅର୍ଥାତ୍ ଏହାର ଡାଟା ଓ ଆପ୍ସ ଇଣ୍ଟରନେଟ ମାଧ୍ୟମରେ କାମ କରେ। ଏଥିରେ ଏକ କିବୋର୍ଡ ଓ ମାଉସ ଯୋଡ଼ି ଆପଣ ଡକ୍ୟୁମେଣ୍ଟ ତିଆରି କରିପାରିବେ, ଇମେଲ ପଠାଇପାରିବେ କିମ୍ବା ଇଣ୍ଟରନେଟ ବ୍ୟବହାର କରିପାରିବେ। ଏଥିରେ ଲିବ୍ରେଅଫିସ୍ ପୂର୍ବରୁ ଇନଷ୍ଟଲ ହୋଇ ଆସେ ଏବଂ ମାଇକ୍ରୋସଫ୍ଟ ଅଫିସ ଆପ୍ସକୁ ବ୍ରାଉଜର ମାଧ୍ୟମରେ ବ୍ୟବହାର କରାଯାଇପାରେ। ବର୍ତ୍ତମାନ ଜିଓପିସି କ୍ୟାମେରା ଓ ପ୍ରିଣ୍ଟର ଭଳି ବାହାର ଡିଭାଇସକୁ ସମର୍ଥନ କରୁନାହିଁ ଏବଂ ଏହି ସର୍ଭିସ କେବଳ ଜିଓର ସେଟ-ଟପ୍ ବକ୍ସରେ ଉପଲବ୍ଧ। ଏହା କହିବା ଭୁଲ ହେବ ନାହିଁ ଯେ ଏହା ସେହି ଛାତ୍ରମାନଙ୍କ ପାଇଁ ବହୁତ ଲାଭଦାୟକ ହେବ, ଯେଉଁମାନେ ଅନଲାଇନରେ ପାଠ ପଢ଼ନ୍ତି। ଏହା ସହ ଯେଉଁ ଲୋକମାନେ ଘରେ ଡକ୍ୟୁମେଣ୍ଟ ତିଆରି, ବ୍ରାଉଜିଂ କିମ୍ବା ଇମେଲ ଭଳି ସାଧାରଣ କମ୍ପ୍ୟୁଟର କାମ କରନ୍ତି, ସେମାନେ ମଧ୍ୟ ଏହାର ଫାଇଦା ଉଠାଇପାରିବେ।
ଯେଉଁମାନେ ନୂଆ କମ୍ପ୍ୟୁଟର କିଣିବାକୁ ସକ୍ଷମ ନୁହଁନ୍ତି, ସେମାନଙ୍କ ପାଇଁ ଏହା ଏକ ବଜେଟ୍-ଫ୍ରେଣ୍ଡଲି ବିକଳ୍ପ ହେବ। କ୍ରାସ୍ ହେବାର ଚିନ୍ତା ନାହିଁ
ଜିଓପିସି ସମ୍ପୂର୍ଣ୍ଣ ଭାବେ କ୍ଲାଉଡ୍-ବେସ୍ଡ, ତେଣୁ ଏଥିରେ ହାର୍ଡୱେର ଖରାପ ହେବା, ସଫ୍ଟୱେର ଅପଡେଟ୍ କିମ୍ବା ଡାଟା ହଜିଯିବାର ଚିନ୍ତା ନାହିଁ। ଅର୍ଥାତ୍, ହାର୍ଡ ଡିସ୍କ ଖରାପ ହେବା, ସିଷ୍ଟମ କ୍ରାସ୍ ହେବା କିମ୍ବା ଫାଇଲ ଡିଲିଟ୍ ହେବା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। କିପରି ବ୍ୟବହାର କରିବେ?
ଜିଓପିସି ସେଟ୍ କରିବା ବହୁତ ସହଜ। ଆପଣ ଏହି ସର୍ଭିସର ମାଗଣା ଟ୍ରାୟାଲ ଏହିପରି ଆରମ୍ଭ କରିପାରିବେ:
- ଷ୍ଟେପ୍ ୧: ଜିଓପିସି ଆପ୍ ଖୋଲନ୍ତୁ
ପ୍ରଥମେ ଜିଓ ସେଟ-ଟପ୍ ବକ୍ସ ସହ ଯୁକ୍ତ ଟିଭିକୁ ଅନ୍ କରନ୍ତୁ। ଏହାପରେ ଆପ୍ସ ସେକ୍ସନକୁ ଯାଇ ଜିଓପିସି ଆଇକନ୍ ଉପରେ କ୍ଲିକ୍ କରନ୍ତୁ। - ଷ୍ଟେପ୍ ୨: କିବୋର୍ଡ ଓ ମାଉସ ଯୋଡ଼ନ୍ତୁ
ଆପଣଙ୍କ କିବୋର୍ଡ ଓ ମାଉସକୁ ସେଟ-ଟପ୍ ବକ୍ସର USB ପୋର୍ଟରେ ଲଗାନ୍ତୁ କିମ୍ବା ବ୍ଲୁଟୁଥ ମାଧ୍ୟମରେ ଯୋଡ଼ନ୍ତୁ। - ଷ୍ଟେପ୍ ୩: ଆକାଉଣ୍ଟ ସେଟ୍ କରନ୍ତୁ
ଆପଣଙ୍କ ରେଜିଷ୍ଟାର୍ଡ ମୋବାଇଲ ନମ୍ବର ଓ ବିବରଣୀ ସ୍ୱତଃ ଦେଖାଯିବ। ‘କଣ୍ଟିନ୍ୟୁ’ ବଟନ ଉପରେ କ୍ଲିକ୍ କରନ୍ତୁ। - ଷ୍ଟେପ୍ ୪: ଲଞ୍ଚ କରନ୍ତୁ
‘ଲଞ୍ଚ ନାଓ’ ବଟନ ଉପରେ କ୍ଲିକ୍ କରି ଜିଓପିସି ବ୍ୟବହାର ଆରମ୍ଭ କରନ୍ତୁ।
ଅନ୍ୟାନ୍ୟ ସୂଚନା
ବର୍ତ୍ତମାନ ଜିଓପିସି ଏକ ମାଗଣା ଟ୍ରାୟାଲ ଫେଜରେ ରହିଛି ଏବଂ ଏହା ଓ୍ଵେଟଲିଷ୍ଟ ମାଧ୍ୟମରେ ଉପଲବ୍ଧ। ଏହାର ସଫଳତା ଭାରତରେ ଡିଜିଟାଲ ସାକ୍ଷରତା ଓ ସଂଯୋଗୀକରଣ ବଢ଼ାଇବାରେ ସହାୟକ ହେବ, ଖାସ କରି ଗ୍ରାମାଞ୍ଚଳ ଓ ନିମ୍ନ ଆୟ ଅଞ୍ଚଳରେ, ଯେଉଁଠାରେ ମାତ୍ର ୧୫% ଘରୋଇ ପରିବାର ପାଖରେ କମ୍ପ୍ୟୁଟର ଅଛି, କିନ୍ତୁ ୭୦% ପରିବାର ପାଖରେ ଟିଭି ରହିଛି।
ଏହି ସର୍ଭିସ ଜିଓର ୪୮୮ ନିୟୁତରୁ ଅଧିକ ଉପଭୋକ୍ତାଙ୍କୁ ନୂଆ ଡିଜିଟାଲ ସୁଯୋଗ ପ୍ରଦାନ କରିପାରେ, ଯାହା ଶିକ୍ଷା, କାର୍ଯ୍ୟ ଓ ସୃଜନାତ୍ମକତାକୁ ପ୍ରୋତ୍ସାହନ ଦେବ।
Comments are closed.