Latest Odisha News

ଜୁଲାଇ ୧୪ରେ ରତ୍ନ ଭଣ୍ଡାର ଖୋଲିବା ନେଇ ସ୍ପଷ୍ଟୀକରଣ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ୧୪ରେ ଖୋଲିବ ରତ୍ନ ଭଣ୍ଡାର । ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ନିଆସରିଛି । ଏଥିରେ ଖାଲି ସରକାରଙ୍କ ମଞ୍ଜୁରୀ ଆବଶ୍ୟକ । ଏହାରି ଭିତରେ ରତ୍ନ ଭଣ୍ଡାର ୧୪ରେ ଖୋଲିବା ନେଇ ବଡ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଏନେଇ ମନ୍ତ୍ରୀ କହିଛନ୍ତି, ଜୁଲାଇ ୧୪ରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ । ରତ୍ନଭଣ୍ଡାର ଯାଞ୍ଚ କମିଟିର ସୁପାରିଶକୁ ପରିଚାଳନା କମିଟି ମୋହର ମାରିଛି  ବୋଲି କହିଛନ୍ତି ମନ୍ତ୍ରୀ । ପରିଚାଳନା କମିଟିର ସୁପାରିଶ ଆଜି ପହଞ୍ଚିବା ପରେ ଏହାକୁ ଯାଞ୍ଚ କରାଯିବ । ଏହା ସହିତ ଯେଉଁ ଏସଓପି ସୁପାରିଶ ହୋଇଛି ତାକୁ ମଧ୍ୟ ଯାଞ୍ଚ କରାଯିବ । ଏହାପରେ ସମସ୍ତ ପ୍ରସ୍ତୁତି ପରେ ୧୪ରେ ରତ୍ନଭଣ୍ଡାର ଖେଲାଯାଇପାରେ ।

ତେବେ କହିରଖୁଛୁ, ଗତ ୯ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥ, ଚାବି କାମ କରୁ ବା ନକରୁ, ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ ବୋଲି କହିଥିଲେ । ଏଥିପାଇଁ ୧୪ ତାରିଖକୁ ଧାର୍ଯ୍ୟ କରାଯାଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ସରକାରଙ୍କ ଅନୁମତି କ୍ରମେ ୧୪ରେ ରତ୍ନଭଣ୍ଡାର ଖୋଲାଯିବ ।

Comments are closed.