Latest Odisha News

BREAKING NEWS

ମହାପ୍ରଭୁଙ୍କ ମହାପ୍ରସାଦ ନେଇ ବଡ ଘୋଷଣା କଲେ ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ବଡ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ସେ କହିଛନ୍ତି, ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ମିଳିବ । ଏନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭକ୍ତଙ୍କୁ ମାଗଣା ଅବଢ଼ା ଦେବାକୁ ବ୍ୟବସ୍ଥା କରାଯାଉଛି । ପ୍ରତିଦିନ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତ ଆସୁଥିବା ବେଳେ ସମସ୍ତଙ୍କୁ ମାଗଣା ମହାପ୍ରସାଦ ଦେବାକୁ ଚେଷ୍ଟା କରାଯାଉଛି ।

ମାଗଣା ମହାପ୍ରସାଦ କୁଡୁଆ ଯୋଗାଇଦେବା ବାବଦରେ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ସରକାରଙ୍କ ଉପରେ କୌଣସି ଚାପା ନପକାଇ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.