Latest Odisha News

BREAKING NEWS

‘ରତ୍ନଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ିଥାନ୍ତା’

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଆସିଛି ବଡ଼ ବୟାନ । ରତ୍ନ ଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ିଥାଆନ୍ତା ବୋଲି ସେ କହିଛନ୍ତି । ତେଣୁ ସେଭଳି ସ୍ଥିତିରେ ଥିବା ରତ୍ନ ଭଣ୍ଡାରକୁ ସମ୍ପୂର୍ଣ୍ଣରୂପେ ଶହେରୁ ଦୁଇ ଶହ ବର୍ଷ ଠିକ୍ ଢ଼ଙ୍ଗରେ ରହିଲା ପରି ମରାମତିର ଯେଉଁ ପ୍ରକ୍ରିୟା ରହିଛି । ତାକୁ ନଜର ରଖି ଏଏସଆଇକୁ କୌଣସି ପ୍ରକାର ବ୍ୟସ୍ତ କରାଯାଉ ନାହିଁ ।

ଏଏସଆଇକୁ ସମୟ କମ ଦିଆଯାଉଛି, ସେଇ ଦୃଷ୍ଟିରୁ ବିଳମ୍ବିତ ହେଉଛି । ସ୍ନାନ ଯାତ୍ରା ପୂର୍ବରୁ ଆମେ ବି ସାରିବା ପାଇଁ ଚେଷ୍ଟା କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ମନ୍ଦିରରେ ମହାପ୍ରଭୁଙ୍କ ହୁଣ୍ଡି ଘୁଞ୍ଚିବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ। ଖୁବଶୀଘ୍ର ଏହା କାମରେ ଲାଗିବ । ହୁଣ୍ଡି ସିଫ୍ଟିଂ ହେବାର ଦୁଇ ଚାରି ଦିନ ଭିତରେ ହିଁ ଏହି ପ୍ରକ୍ରିୟା ଆରମ୍ଭ ହେବ।

 

Comments are closed.