Latest Odisha News

BREAKING NEWS

ଗଞ୍ଜାମ: ଥାନା ଭିତରେ ଓକିଲଙ୍କୁ ପୋଲିସର ଆକ୍ରମଣ ଅଭିଯୋଗ

ବ୍ରହ୍ମପୁର: କଟକରେ ହାଇକୋର୍ଟ ଓକିଲଙ୍କୁ ପୋଲିସ ଆକ୍ରମଣ ଘଟଣା ସମଗ୍ର ଓଡ଼ିଶାରେ ଏବେ ଚର୍ଚ୍ଚାରେ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଥାନା ମଧ୍ୟରେ ଜଣେ ଆଇନଜୀବୀଙ୍କୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ବୁଗୁଡ଼ା ଥାନା ମଧ୍ୟରେ ପୋଲିସ ହର ପ୍ରସାଦ ଦାଶ ନାମକ ଜଣେ ଓକିଲଙ୍କୁ ଆକ୍ରମଣ କରି ଶରୀରର ବିଭିନ୍ନ ସ୍ଥାନରେ ଲହୁଲୁହାଣ କରିଛନ୍ତି । ସେ ଆହତ ହୋଇ ଏବେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାସ ଅଭିଯୋଗ କରି କହିଛନ୍ତି, ତାଙ୍କ ଘର ପାଖରେ ଏକ ରାସ୍ତାକୁ ବୁଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବନ୍ଦ କରିଦେଇଥିଲେ । “ମୁଁ ଏସମ୍ପର୍କରେ ଥାନାକୁ ପଚାରିବାକୁ ଯାଇଥିଲି । ଯେହେତୁ ଏହି ରାସ୍ତା ପ୍ରସଙ୍ଗରେ ଏକ ମାମଲା ଅଦାଲତରେ ବିଚାରାଧିନ ଅବସ୍ଥାରେ ଅଛି । ଏହି କାରଣରୁ ଥାନା ଅଧିକାରୀ ରାମଚନ୍ଦ୍ର ମିଶ୍ର ଅନ୍ୟ ଜଣେ ପୋଲିସ ଅଧିକାରୀ ଜଗନ୍ନାଥ ସ୍ୱାଇଁଙ୍କ ସହିତ ମିଶି ମୋତେ ଗାଳିଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ”ବୋଲି ସେ କହିଛନ୍ତି ।

ବୁଗୁଡ଼ା ବାର ଆସୋସିଏସନ ସଭାପତି, ବନବାସୀ ନାୟକଙ୍କୁ ପଚାରିବାରୁ ସେ କହିଲେ, “ଏହି ଘଟଣା ନେଇ ବାର ଆସୋସିଏସନରେ ଏକ ବୈଠକ ହୋଇ ଏକ ପ୍ରସ୍ତାବ ଗୃହିତ ହେବ । ବୈଠକର ନିଷ୍ପତ୍ତି ଅନୁଯାୟୀ ହାଇକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ତଥା ଜିଲ୍ଲା ବାର ଏବଂ ରାଜ୍ୟ ବାର୍ ଆସୋସିଏସନକୁ ଅବଗତ କରାଯିବ,”ବୋଲି ସେ କହିଛନ୍ତି ।

ଏହି ଘଟଣା ସମ୍ପର୍କରେ ବୁଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାରେ ସେ ଏହାକୁ ଏକ ମିଥ୍ୟା ଅଭିଯୋଗ ବୋଲି ଦର୍ଶାଇଛନ୍ତି ।

Leave A Reply

Your email address will not be published.