Latest Odisha News

BREAKING NEWS

ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣା: ତଦନ୍ତ ଲାଗି ପହଞ୍ଚିଲେ ଏନଜିଟି ଟିମ୍

ଢେଙ୍କାନାଳ : ଅକ୍ଟୋବର ୨୬ ତାରିଖରେ ଢେଙ୍କାନାଳ ଜିଲ୍ଳା ସଦର ରେଞ୍ଜରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)।

ମଙ୍ଗଳବାର ଦିନ ନୂଆଦିଲ୍ଲୀରୁ ଆସିଥିବା ଟ୍ରିବ୍ୟୁନାଲର ୪ ଜଣିଆ ସଦସ୍ୟ କମଳାଙ୍ଗ ଗ୍ରାମରେ ପହଞ୍ଚି ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରୁଛନ୍ତି । ଅନ୍ୟପକ୍ଷରେ ସେମାନଙ୍କ ସହ ପିସିସିଏଫ୍ ସନ୍ଦୀପ ତ୍ରୀପାଠୀ, ଡିଏଫ୍ଓ ଏବଂ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।

ଏହି ଘଟଣାର ତଦନ୍ତ କରି ଏନଜିଟି ଅଧ୍ୟକ୍ଷ ବିଚାରପତି ଆଦର୍ଶ କୁମାର ଗୋଏଲ ଙ୍କୁ ଏକ ଚୂଡାନ୍ତ ରିପୋର୍ଟ ପ୍ରଦାନ କରାଯିବ । ପୂର୍ବରୁ ଏହି ମାମଲାର ଶୁଣାଣି କରି ବିଦ୍ୟୁତ୍ ବିଭାଗ ସେସୁ ଉପରେ ଏକ କୋଟି ଟଙ୍କାର ଜରିମାନା ଲଗାଇଥିଲେ। ଗଣମାଧ୍ୟମରେ ପ୍ରସାରିତ ଖବରକୁ ଆଧାରକୁ କରି ଏନ୍ଜିଟି ନିଜ ଆଡ଼ୁ ମାମଲା ରୁଜୁ କରିଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଅକ୍ଟୋବର ୨୬ ତାରିଖ ରାତିରେ ରେଳ ଲାଇନ୍ ପାର ହେଉଥିବା ବେଳେ ୧୩ଟି ହାତୀ ମଧ୍ୟରୁ ୭ଟି ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ । ଏହି ଘଟଣାରେ ବନବିଭାଗ ସେସୁକୁ ଦାୟୀ କରିଥିଲା ।

ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାବେଳେ ସମସ୍ତ ବିଭାଗରେ ମୋଟ ୬ ଜଣ ଅଧିକାରୀଙ୍କୁ ନିଲମ୍ବନ ଓ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।

Leave A Reply

Your email address will not be published.