Latest Odisha News

BREAKING NEWS

ଅସୁସ୍ଥ ହେଲେ ବିକ୍ରମ ପଣ୍ଡା; କହିଲେ, ମୋତେ ଫସାଇ ଦିଆଯାଇଛି, ମୁଁ ନିର୍ଦ୍ଦୋଶ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ ହୋଇଛନ୍ତି । ଦୀର୍ଘ ଦିନ ଧରି ଜେଲ୍‌ରେ ରହିବା ପରେ ହଠାତ୍‌ ବିକ୍ରମ ପଣ୍ଡା ଅସୁସ୍ଥ ହୋଇପଡିଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହି ସମୟରେ ବିକ୍ରମ ପଣ୍ଡା ବୟାନ ଦେଇଛନ୍ତି ଯେ, ସେ କହଛନ୍ତି ଯେ, ‘ମୋତେ ଫସାଇ ଦିଆଯାଇଛି, ମୁଁ ନିର୍ଦ୍ଦୋଶ । ମୋତେ ରାଜନୈତିକ ଉଦ୍ଦେଶ୍ୟ ରଖି ଫସାଯାଇଛି । ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ପୁରା ଭରସା ରହିଛି । ତେଣୁ ମୋତେ ନ୍ୟାୟ ମିଳିବ । ଜଗନ୍ନାଥ ମୋ ସହ ଅଛନ୍ତି, ମୋତେ ନ୍ୟାୟ ମିଳିବ ।

ସୂଚନାଯୋଗ୍ୟ, କୁମାରପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଏକ ବାଇକରେ ବୈକୁଣ୍ଠନଗର ଅଞ୍ଚଳକୁ ଯାଇ ତାଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ । ଏନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ ମୋଟ୍ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.