Latest Odisha News

BREAKING NEWS

କଟକରେ ବାର୍ ଆସୋସିଏସନ ବୈଠକ, ଆଜି ରାଜ୍ୟବ୍ୟାପୀ କୋର୍ଟ ବର୍ଜନ କଲେ ଆଇନଜୀବୀ

କଟକ: ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ଓଡ଼ିଶା ବାର୍ ଆସୋସିଏସନ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ଥିବା ବାର୍ ଆସୋସିଏସନ କୋର୍ଟ ବର୍ଜନ କରିଛନ୍ତି । ଆଜି ମଧ୍ୟ କଟକ ଓଡ଼ିଶା ବାର୍ ଆସୋସିଏସନ ପରିସରରେ ଓଡ଼ିଶାର ସମସ୍ତ ବାର୍ ଆସୋସିଏସନ୍ ପ୍ରତିନିଧିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି ।

ମିଳିଥିବା ସୂଚନାନୁଯାୟୀ, ଗୁରୁବାର ଦିନ ହାଇକୋର୍ଟ ବାର୍ ଆସୋସିଏସନର ଏକ ପ୍ରତିନିଧି ଦଳ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିଛନ୍ତି ।

ଆଜି କଟକରେ ଆଇନଜୀବୀମାନଙ୍କ ପକ୍ଷରୁ ଅନୁଷ୍ଠିତ ହେଉଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚିତ ହେବାକୁ ଯାଉଛି । ଏହି ବୈଠକରେ ବିଚାରପତି ନିଯୁକ୍ତି, ହାଇକୋର୍ଟଙ୍କ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲା ଏବଂ ଅନ୍ୟ କେତେକ ପ୍ରସଙ୍ଗକୁ ନେଇ ଆଲୋଚନା ହେବାର ସୂଚନା ମିଳିଛି ।

Leave A Reply

Your email address will not be published.