Latest Odisha News

BREAKING NEWS

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମୃତ ଓ ଜଣେ ଗୁରୁତର

ସୋନପୁର: ସୋନପୁର ଜିଲ୍ଲାର ବିରମହାରାଜପୁର ଉପଖଣ୍ଡର ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗ୍ରାମରେ ଶୁକ୍ରବାର ଦିନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଛି ।

ମୃତ ବ୍ୟକ୍ତି ଦ୍ୱୟ ସହଦେବ ସାହୁ, ଦେବାନନ୍ଦ ସାହୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଆହତ ଅରୁପାନନ୍ଦ ସାହୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଗ୍ରାମର କିଛି ବ୍ୟକ୍ତି ୧୧ କେଭି ବିଦ୍ୟୁତ ତାରରୁ ହୁକ୍ କରି ବାରହା ଶିକାର ପାଇଁ ବାଇନିଙ୍ଗ ତାର ବିଛା ଯାଇଥିଲା । ସକାଳୁ ଏମାନେ ଶୌଚ ପାଇଁ ଯାଇଥିବାବେଳେ ଦୁର୍ଭାଗ୍ୟବଶତଃ ସେମାନେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛି। କିଏ ଏହି ତାର ବିଛାଇଥିଲା ସେନେଇ ଜଣାପଡିନଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.