Latest Odisha News

BREAKING NEWS

ସାର୍ବଜନୀନ ହେବ ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ: ଆଇନ ମନ୍ତ୍ରୀ

ଭୁବନେଶ୍ଵର: ସାର୍ବଜନୀନ ହେବ ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ। ଏ ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ସରକାର କଣ କରିବେ ସେ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ କଥା ଆମେ ବିଗତ ଦିନରେ କହିଥିଲୁ, ଏବେ ଶୀଘ୍ର ଆଲୋଚନା କରାଯାଇ କମିଶନ ରିପୋର୍ଟ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ଚାଲିଛି । ପୂର୍ବର ବିଜେଡି ସରକାର ମାର୍ଚ୍ଚ ୫, ୨୦୨୪ରେ ସତ୍ୟପାଠରେ ଯୁକ୍ତି ଦର୍ଶାଇଥିଲେ ‌ଯେ ଘଟଣାର ୧୫ବର୍ଷ ପରେ ସିବିଆଇ ତଦନ୍ତ ଦାବି କରାଯାଉଛି ।

ସୂଚନାଯୋଗ୍ୟ ଯେ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଦିନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଏବଂ ତାଙ୍କର ଅନ୍ୟ ୪ ଜଣ ଅନୁଗତଙ୍କୁ ଦୁର୍ବୃତ୍ତ ମାନେ ନିର୍ମମ ଭାବେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା କନ୍ୟାଶ୍ରମରେ ହତ୍ୟା କରିଥିଲେ । ଇତି ମଧ୍ୟରେ ସେହି ଘଟଣାକୁ ଦୀର୍ଘ ବର୍ଷ ବିତିଗଲାଣି । ପ୍ରତିବର୍ଷ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସ୍ଵାମୀଜୀଙ୍କ ଶ୍ରଦ୍ଧାଞ୍ଜଳି ସଭାରରେ ସ୍ୱାମୀଜୀଙ୍କ ପ୍ରକୃତ ହତ୍ୟାକରୀଙ୍କୁ ଧରିବା ସହ କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି ରଖିଥାନ୍ତି ପରିଷଦ ଲୋକେ ।

Comments are closed.