Latest Odisha News

BREAKING NEWS

ଲକ୍ଷ୍ମୀ ବସ୍‌ ଡ୍ରାଇଭରକୁ ମାଡ଼,ବେକ ଓ ହାତରେ ଲାଗିଛି ଆଘାତ

ଭଦ୍ରକ: ଲକ୍ଷ୍ମୀ ବସ୍‌ ଡ୍ରାଇଭରକୁ ମାଡ଼ ମାରିଛନ୍ତି ୨ ଯୁବକ । ଆର୍ତ୍ତୁଂ ଛକ ନିକଟରେ ବାଇକରେ ଆସି ୨ ଯୁବକ ଡ୍ରାଇରଙ୍କୁ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସକୁ୍‌ ବିରୋଧ କରି ଡ୍ରାଇଭରକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାରେ ଡ୍ରାଇଭରଙ୍କ ବେକ ଓ ହାତରେ ଆଘାତ ଲାଗିଛି । ୨ଯୁବକ କିଏ ଓ କେଉଁ ସ୍ଥାନର ବୋଲି ପୋଲିସ ତଦନ୍ତ କରୁଛି।

ସେହିପରି ଗତକାଲି ଅଚାନକ ଭାବେ ଲକ୍ଷ୍ମୀ ବସ୍ ଗୁଡ଼ିକରେ ହଟିଥିଲା ଲକ୍ଷ୍ମୀ ଚିହ୍ନ,ଏବଂ ବସର ପଛରୁ ଲିଭିଥିଲା ମିଶନଶକ୍ତି ଲେଖା । ଚଳିତ ନିର୍ବାଚନରେ ଓଡିଶାର ୨୪ ବର୍ଷର ନିରବଚ୍ଛିନ୍ନ ସରକାରକୁ ଲାଗିଛି ଶକ୍ତ ଝଟକା । ୨୪ ବର୍ଷର ଶାସନ ବିଜେଡି ହାତରୁ ଖସିଯାଇଛି ।

ଏହାରି ଭିତରେ  ବିଜେଡି ସରକାର ସମୟରେ କରାଯାଇଥିବା ବିଭିନ୍ନ ଯୋଜନାକୁ ନେଇ କେବଳ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। କେତକ ସ୍ଥାନରେ ଲକ୍ଷ୍ମୀ ବସ ଚଳାଚଳ ବନ୍ଦ ହୋଇଥିବାନେଇ ଅଭିଯୋଗ ଆସୁଥିବାବେଳେ କେଉଁଠି ବସ୍ ଗୁଡ଼ିକରେ ଷ୍ଟିକର୍ ହଟିଯାଇଥିବା ଦେଖିବାକୁ ମିଳୁଛି ।

Comments are closed.