Latest Odisha News

BREAKING NEWS

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା: ଆଗୁଆ ଜାମିନ ଲାଗି ଦୁଇ ବିଜେପି ନେତାଙ୍କ ହାଇକୋର୍ଟରେ ଆବେଦନ

କଟକ: ଜଣେ ବିଜେଡ଼ି କାଉନସିଲରଙ୍କ ହତ୍ୟା ଘଟଣାରେ ଛତ୍ରପୁର ପୋଲିସ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ଯଥାକ୍ରମେ ଫେବୃଆରୀ ୭ ଓ ୯ ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଥିଲା । ତେବେ ଏହି ଘଟଣାରେ ଆଗୁଆ ଜାମିନ ଲାଗି ଉଭୟ ନେତା ହାଇକୋର୍ଟରେ ଆବେଦନ କରିଛନ୍ତି ।

ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ରଙ୍କ ଓକିଲ ପାର୍ଥସାରଥୀ ସ୍ୱାଇଁ ଗୁରୁବାର ଦିନ ଛତ୍ରପୁର ଏସଡ଼ିପିଓ ରମେଶ ଚନ୍ଦ୍ର ସେଠୀଙ୍କୁ ଭେଟି ତାଙ୍କର ମହକିଲ ସ୍ପଣ୍ଡିଲାଇଟିସରେ ପୀଡ଼ିତ ଥିବା ନେଇ ଏକ ମେଡ଼ିକାଲ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଡ଼ାକ୍ତର ତାଙ୍କୁ ଏକମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା କଥା ସେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୯ ତାରିଖରେ ଛତ୍ରପୁର ପୋଲିସ ଏହି ୨ ବିଜେପି ନେତାଙ୍କୁ ଥାନାରେ ହାଜର ହେବାକୁ କହିଥିଲେ ।

ଏହି ନୋଟିସ ନେଇ ପ୍ରତିକ୍ରିଆ ପ୍ରକାଶ କରି ଶ୍ରୀ ମହାପାତ୍ର କହିଥିଲେ, ପୋଲିସ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ ତାଙ୍କୁ ଏହି ନୋଟିସ ପ୍ରଦାନ କରୁଛି ।

“ସିସୋର୍ ଚିଟଫଣ୍ଡ ଦୁର୍ନୀତି ମାମଲାରେ ଦୁଇ ବରିଷ୍ଠ ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ସିବିଆଇ ଜେରା କରିବାକୁ ନୋଟିସ ଜାରି କରିବା ପରେ ରାଜ୍ୟ ସରକାର ପ୍ରତିଶୋଧାତ୍ମକ ହୋଇ ପଡ଼ିଛନ୍ତି । ମୋର ବୟାନ ରେକର୍ଡ଼ କଲା ପରେ ମଧ୍ୟ ପୋଲିସ କ’ଣ ପାଇଁ ମୋତେ ଡ଼ାକୁଛି? ଏହି ଘଟଣାର ଦେଢ ବର୍ଷ ପରେ ପୋଲିସ କ’ଣ ପାଇଁ ପୁନର୍ବାର ମୋତେ ନୋଟିସ ପଠାଉଛି,” ବୋଲି ଗଣମାଧ୍ୟମରେ କହିଛନ୍ତି ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ।

ଉଲ୍ଲେଖଯୋଗ୍ୟ ଏହି ଯେ, ଛତ୍ରପୁରରେ ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ କିଛି ବ୍ୟକ୍ତି ସଂଘବଦ୍ଧ ହୋଇ ୬ ନଂ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ତାଙ୍କ ଘର ସାମ୍ନାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା ।

ପୋଲିସ ସୂତ୍ରରୁ ଜଣାପଡ଼ିଛି, ଜୁଲାଇ ୧୪ ୨୦୧୪ ମସିହାରେ ସିପିଆଇ ସମର୍ଥକ ସକୁରୁ ବେହେରା ହତ୍ୟାକାଣ୍ଡରେ ମୃତ ପ୍ରଧାନ ଜଣେ ଅଭିଯୁକ୍ତ ଥିଲେ ।

Leave A Reply

Your email address will not be published.