Latest Odisha News

BREAKING NEWS

ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅନ୍ତରୀଣ ବଜେଟ ଉପସ୍ଥାପିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆସନ୍ତା ୪ ମାସ ଲାଗି କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ରାଜ୍ୟ ସରକାର କୃଷି ଓ ଗ୍ରାମୀଣ ବିକାଶକୁ ବେଶ୍ ଗୁରୁତ୍ୱ ଦେଇଛନ୍ତି ।

ସବୁଠାରୁ ବଡ଼ କଥା ହେଲା ଏହି ବଜେଟରେ ଚାଷୀଙ୍କୁ ସହାୟତା ପ୍ରଦାନ ଲାଗି କେବଳ କାଳିଆ ଯୋଜନା ଲାଗି ୪୪୬୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷର କେବଳ ୧ମ ଚାରି ମାସ ଲାଗି ୫୬, ୯୨୧ କୋଟି ଟଙ୍କାର ଲେଖାନୁଦାନ ଆଗତ କରିଛନ୍ତି ।

ଆଜି ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ଆସନ୍ତା ୪ ମାସ ଲାଗି ଯେଉଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ସେଥିରେ କାଳିଆ ଯୋଜନା ଲାଗି ୪୪୬୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ପିଠା ଯୋଜନା ଲାଗି ୪୦୦ କୋଟି ଟଙ୍କା, ମଧୁବାବୁ ପେନସନ ଯୋଜନା ଲାଗି ୨୧୧୦ କୋଟି ଟଙ୍କା, ବସୁଧା ଯୋଜନା ଲାଗି ୨୯୩୫ କୋଟି ଟଙ୍କା, ଟଙ୍କିକିଆ ଚାଉଳ ଲାଗି ୧୦୨୮ କୋଟି ଟଙ୍କା, ମିଶନ ଶକ୍ତି ଲାଗି ୩୦୧ କୋଟି ଟଙ୍କା, ମମତା ଯୋଜନା ଲାଗି ୩୦୫ କୋଟି ଟଙ୍କା, ବିଜୁ ସ୍ୱାସ୍ଥ୍ୟ ଯୋଜନା ଲାଗି ୮୬୪ କୋଟି ଟଙ୍କା, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଲାଗି ୫୦୦ କୋଟି ଟଙ୍କା, ବିଜୁ ଯୁବ ବାହିନୀ ଯୋଜନା ଲାଗି ୧୦୫ କୋଟି ଟଙ୍କା, ପାର୍ବତି ଗିରି ବୃହତ ଉଠା ଜଳସେଚନ ପାଇଁ ୧୭୭୭ କୋଟି ଟଙ୍କା, ଜଳକ୍ଷେତ୍ର ଭିତ୍ତିଭୂମି ଲାଗି ୧୪୬୫ କୋଟି ଟଙ୍କା, ସଡ଼କ ଉନ୍ନୟନ ଲାଗି ୧୩୦୦ କୋଟି ଟଙ୍କା ଏହିପରି ବ୍ୟୟ ଅଟକଳ କରାଯାଇଛି ।

ଏସ୍ସିଏସ୍ଟି ଛାତ୍ରବୃତ୍ତି ପାଇଁ ୯୫୯ କୋଟି ଟଙ୍କା, ୩୩/୧୧ କେଭି ସବ୍ଷ୍ଟେସନ ପାଇଁ ୫୩୩ କୋଟି ଟଙ୍କା, ବିଜୁ ସେତୁ ପାଇଁ ୫୦୦ କୋଟି ଟଙ୍କା, ରାଜ୍ୟରେ ରେଳବାଇର ବିକାଶ ପାଇଁ ୪୧୦ କୋଟି ଟଙ୍କା, ଉନ୍ନତି ପାଇଁ ୪୦୧ କୋଟି ଟଙ୍କା ଓ ଆଡିବନ୍ଧ ନିର୍ମାଣ ପାଇଁ ୩୫୭ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ଏହାସହ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୫୦ କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩ଶହ କୋଟି, ବିହନ ଓ ସାର ପାଇଁ କର୍ପସ ପାଣ୍ଠିରେ ୨୬୦ କୋଟି ଟଙ୍କା, ଭୂତ୍ତଳଜଳ ଉତ୍ତୋଳନ ୨୫୦ କୋଟି ଟଙ୍କା, ଏସ୍ସିଏସ୍ଟି ଛାତ୍ରବାସ ନିର୍ମାଣ ପାଇଁ ୨୨୭ କୋଟି ଟଙ୍କା, ରାଜ୍ୟରାଜପଥ ଉନ୍ନୟନ ପ୍ରକଳ୍ପ ପାଇଁ ୨ଶହ କୋ ଟଙ୍କା ବ୍ୟୟ ବରାଦ ହୋଇଛି ।

Leave A Reply

Your email address will not be published.