Latest Odisha News

ପ୍ରଥମ ଥର ପାଇଁ ବିଦେଶୀ ଆକାଶରେ ଦମ୍ ଦେଖାଇବ ତେଜସ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶ ବାହାରକୁ ଯାଇଛି ତେଜସ ଯୁଦ୍ଧ ବିମାନ। ପ୍ରଥମ ଥର ପାଇଁ ଭାରତ ବାହାରେ ଏକ ଆନ୍ତର୍ଜାତୀୟ ବିମାନ ଅଭ୍ୟାସରେ ସାମିଲ ହେବାକୁ ଯାଇଛି ଏହି ହାଲୁକା ଲଢୁୁଆ ବିମାନ ତେଜସ୍। ସଂଯୁକ୍ତ ଆରବ ଏମିରେଟ୍ସର ଅଲ ଡାଫରା ଏୟାରବେସରେ ଏହା ପହଞ୍ଚିଛି।

ଏହି ଅଭ୍ୟାସରେ ଭାରତର ୫ଟି ତେଜସ ଏବଂ ଭାରତୀୟ ବାୟୁସେନାର ଦୁଇଟି ସି -୧୭ ଗ୍ଲୋବେମାଷ୍ଟର ଅଂଶ ଗ୍ରହଣ କରି ସାରା ଦୁନିଆରେ ଭାରତୀୟ ବାୟୁସେନାର ଦମ୍ ଦେଖିବେ।

ଏହି ଅଭ୍ୟାସରେ ୟୁଏଇ, ଫ୍ରାନ୍ସ, କୁଏତ, ଅଷ୍ଟ୍ରେଲିଆ, ବ୍ରିଟେନ, ବହାରିନ, ମୋରୋକୋ, ସ୍ପେନ୍, କୋରିଆ ଏବଂ ଆମେରିକାର ବାୟୁସେନା ଅଂଶଗ୍ରହଣ କରିବେ। ଏହି ଅଭ୍ୟାସ ଫେବୃଆରୀ ୨୭ (ଆସନ୍ତାକାଲି)ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୟୁଏଇରେ ଡେଜର୍ଟ ଫ୍ଲାଗ ନାମରେ ଏହି ଅଭ୍ୟାସକୁ ନାମିତ କରାଯାଇଛି।

କେନ୍ଦ୍ର ସରକାରଙ୍କ ପିଆଇବି  ବିବୃତ୍ତିରେ କହିଛି ଯେ ଅଭ୍ୟାସର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଯୁଦ୍ଧ ମିଶନରେ ଅଂଶଗ୍ରହଣ କରିବା ଏବଂ ବିଭିନ୍ନ ବାୟୁସେନାର ସର୍ବୋତ୍ତମ ଅଭ୍ୟାସରୁ ଶିଖିବା

ଉଲ୍ଲେଖଯୋଗ୍ଯ, ପ୍ରାୟ ୧୮ ବର୍ଷର କୋଠର ପରିଶ୍ରମ ପରେ ଭାରତ ସରକାର ଏହି ହାଲୁକା ଯୁଦ୍ଧ ବିମାନ ତିଆରି କରିପାରିଥିଲେ। ୨୦୦୧ରେ ପ୍ରଥମ ଥର ପାଇଁ ଏହି ହାଲୁକା ଯୁଦ୍ଧ ବିମାନ ଭାରତ ଆକାଶରେ ଉଡିଥିଲା। ସେତେବେଳେ ଅଟ୍ଟଳ ବିହାରୀ ବାଜପେୟୀ ସରକାରରେ ଥିଲେ। ଆଉ ଏହି ହାଲୁକା ଯୁଦ୍ଧ ବିମାନର ନାମ ଦେଇଥିଲେ ତେଜସ।

 

Comments are closed.