Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲା ବିଜେପିକୁ ଶକ୍ତ ଝଟକା, ଇସ୍ତଫା ଦେଲେ ବହୁ ନେତା

ଭଦ୍ରକ : ପଞ୍ଚାୟତ ନିର୍ବଚନ ପୂର୍ବରୁ ଭଦ୍ରକ ଜିଲ୍ଲା ବିଜେପିକୁ ଲାଗିଛି ଶକ୍ତ ଝଟକା । ଆଜି ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ, ଦଳ ଛାଡିଛନ୍ତି ନେତା । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅନେକ ନେତା । ଇସ୍ତଫା ଦେଇଥିବା ବିଜେପି ନେତାଙ୍କ ମଧ୍ୟରେ ଭଦ୍ରକ ବ୍ଲକର ୩ ଥର ସଭାପତି, ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ, ଯୁବମୋର୍ଚ୍ଚା ସଭାପତି, ଜିଲ୍ଲାର ଉପସଭାପତି ଏବଂ ଜିଲ୍ଲାର ସାଧାରଣ ସଂପାଦକ ଥିବା ବରିଷ୍ଠ ନେତା ପ୍ରଭାତ ଜେନା ଅଛନ୍ତି ।

ସେହିପରି ବିଜେପି ଜିଲ୍ଲା ଉପସଭାପତି ତଥା ବରିଷ୍ଠ ନେତା ରାଜୀବ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ବରିଷ୍ଠ ନେତା ଭାସ୍କର ସାହୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳରେ ନେତୃତ୍ବର ଅଭାବ ସହ ବିଶୃଙ୍ଖଳା ଓ ଦଳୀୟ ନେତାଙ୍କ ସ୍ବେଚ୍ଛାଚାରିତା ମନୋଭାବ ଯୋଗୁଁ ଅନେକ ପ୍ରମୁଖ କର୍ମକର୍ତ୍ତା ଦଳ ଛାଡିଛନ୍ତି । ଭଦ୍ରକ ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ପ୍ରଦୀପ ମହାନ୍ତି,ଜିଲ୍ଲା ଏସି ମୋର୍ଚ୍ଚା ଉପସଭାପତି ଗଙ୍ଗାଧର ଜେନା ଓ ସମ୍ପାଦକ କ୍ଷୀରୋଦ ନାୟକ ମଧ୍ୟ ଆଜି ଇସ୍ତଫା ଦେଇଛନ୍ତି । ବିଶେଷକରି ଜିଲ୍ଲା ବିଜେପି ସଭାପତିଙ୍କ ଯୋଗୁଁ ଭଦ୍ରକରେ ବିଜେପି ଭୁଶୁଡି ପଡିଛି ବୋଲି ଇସ୍ତଫା ଦେଇଥିବା ବରିଷ୍ଠ ନେତା ଅଭିଯୋଗ କରିଛନ୍ତି ।

Comments are closed, but trackbacks and pingbacks are open.