Latest Odisha News

BREAKING NEWS

ଜାତିଭିତିକ ଜନଗଣନା: ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୧୦ ରାଜନୈତିକ ଦଳର ନେତା

ନୂଆଦିଲ୍ଲୀ: ଜାତି ଭିତିକ ଜନଗଣନା ନେଇ ୧୦ ରାଜନୈତିକ ଦଳର ନେତା ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ବିଜେପିର ସହଯୋଗୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏହି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସମସ୍ତ ଜାତି ଭିତିକ ଜନଗଣନା ପାଇଁ ଦାବି କରିବେ । ଏହି ଦଳରେ ଆରଜେଡିର ତେଜସ୍ୱର ଯାଦବ ବି ରହିଛନ୍ତି । ଏହି ଆଲୋଚନା ଫଳପ୍ରଦ ହେବ ବୋଲି ନୀତିଶ ଆଶା ବ୍ୟକ୍ତ କରିଛନ୍ତି ।

ଲୋକସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ଗଣନା କରାଯିବ ନାହିଁ ବୋଲି କହିଥିଲେ । ଏହାକୁ ନୀତିଶ କୁମାର ବିରୋଧ କରି ସ୍ୱର ଉତୋଳନ କରିଥିଲେ । ଦିନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ବୈଠକର ଆୟୋଜନ ହେବ ।

Comments are closed.