ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୧୭ ନକ୍ସଲଙ୍କ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିଲା। ଆଜି ପୁଣି ସୁକମା ବାସାଗୁଡା ଥାନା ଅଞ୍ଚଳର ଟେକମେଟା ଜଂଗଲରେ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ମୃତ ନକ୍ସଲ ମୁଣ୍ଡରେ ରହିଥିଲା ଲକ୍ଷେ ଟଙ୍କାର ପୁରସ୍କାର।
ସୂତ୍ର ଅନୁସାରେ, ନକ୍ସଲ ଖବର ପାଇ ବିଜାପୁର ଡିଆରଜି, କୋବ୍ରା ଯବାନ, ସିଆରପିଏଫ ଯବାନ ଟେକମେଟା ଜଙ୍ଗଲରେ ଅଚାନକ ଚଢାଉ କରିଥିଲେ। ଆଜି ସକାଳେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଦୀର୍ଘ ସମୟ ଗୁଳିବିନିମୟ ପରେ ଘଟଣାସ୍ଥଳରୁ ଜଣେ ନକ୍ସଲର ମୃତ ଦେହକୁ ଠାବ କରାଯାଇଥିଲା। ଏହା ସହିତ ଘଟଣାସ୍ଥଳରୁ ଯବାନ ମାନେ ବନ୍ଧୁକ ତଥା ମାଓ ସାମଗ୍ରୀ ଜବତ କରିଥିଲେ।
ସୂଚନା ଅନୁଯାୟୀ, ମୃତ ନକ୍ସଲର ପରିଚୟ ମଧ୍ୟ ମିଳିଛି। ସେ ଜଗରଗୁଣ୍ଡା ଏରିଆ କମିଟିର ନରସାପୁର ଆରପିସି ଅଧ୍ୟକ୍ଷ କନ୍ନା ଝାଡି ବୋଲି ଜାଣିବାକୁ ମିଳିଛି। ମୃତ ନକ୍ସଲ ଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। କନ୍ନା ଝାଡି ନାମରେ ସରକାର ଏକ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିବା ବେଳେ ତା ନାଁରେ ବିଭିନ୍ନ ଥାନାରେ ବହୁ କେଶ ଥିବା ପୁଲିସ ସୂଚନାରୁ ଜାଣିବାକୁ ମିଳିଛି।
Comments are closed.