ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ପୁଣି ଅଘଟଣ । ମଙ୍ଗଳବାର ସନ୍ଧ୍ୟାରେ ବିକେଆଇ ରୋଡ୍ ନମ୍ବର ୧୮ରେ ଅବସ୍ଥିତ ଅଜମେରା ଅମ୍ଳଜାନ ଗ୍ୟାସ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି । ପ୍ଲାଣ୍ଟର ୨୯ ଟନ୍ ଅମ୍ଳଜାନ ଟ୍ୟାଙ୍କରର ବଲ୍ବ ଭାଙ୍ଗି ଯିବାଫଳରେ ୨୦୦-୩୦୦ ମିଟର ପର୍ଯ୍ୟନ୍ତ ଅମ୍ଳଜାନ ଲିକ୍ ହୋଇଥିଲା ।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ସିଭିଲ ଡିଫେନ୍ସ ଏବଂ ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ତୁରନ୍ତ ପଦକ୍ଷେପ ନେଇଥିଲେ । ଲିକ୍ କାରଣରୁ ଏଯାବତ୍ କୌଣସି ମୃତାହତ ଖବର ନାହିଁ । ବର୍ତ୍ତମାନ କାରଖାନାରେ ଅମ୍ଳଜାନ ଯୋଗାଣ ବନ୍ଦ କରିଦିଆଯାଇଛି ।
ସେହିପରି, ଗୁଜୁରାଟର ଭରୁଚ ଜିଲ୍ଲାର ଦେହେଜରେ ଅବସ୍ଥିତ ଏକ ରାସାୟନିକ କାରଖାନାରେ ବିଷାକ୍ତ ଗ୍ୟାସ ଲିକ ହେତୁ ଚାରିଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । କମ୍ପାନୀ କହିଛି ଯେ ଚାରିଜଣଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା, କିନ୍ତୁ ସେମାନଙ୍କର ମୃତ୍ୟୁ ହୋଇଛି ।
Comments are closed.