Latest Odisha News

BREAKING NEWS

ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ସୃଷ୍ଟି: ‘ଏଏସଆଇ’ର ଯାଞ୍ଚ, ମରାମତି ତୁରନ୍ତ ହେବା ସମ୍ଭାବନା

ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଛି । ବର୍ଷା ସମୟରେ ପାଣି ଗଳୁଛି ନାଟମଣ୍ଡପ ଛାତରୁ । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)ର ଏକ ବିଶେଷଜ୍ଞ ଦଳ ନାଟମଣ୍ଡପ ଛାତ ଯାଞ୍ଚ କରିଛନ୍ତି । ତେବେ ଏହାର ମରାମତି ଖୁବ ଶିଘ୍ର ହେବ ବୋଲି ସୂତ୍ରରୁ ଜଣାପଡ଼ିଛି ।

ବେଶ୍ କିଛିଦିନ ଧରି ଶ୍ରୀମନ୍ଦିରରେ ଚାଲିଥିଲା ମରାମତି କାର୍ଯ୍ୟ । ଏପଟେ ମରାମତି କାର୍ଯ୍ୟ ଅଗ୍ରସର ହେଉଥିବା ବେଳେ ଶ୍ରୀମନ୍ଦିରର ବିଭିନ୍ନ ଛାତରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ କରିଛନ୍ତି ଏଏସଆଇ ର ବିଶେଷଜ୍ଞ ଦଳ ।

ପୁରୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଭାବରେ ଲଗାଣ ବର୍ଷା ହୋଇଥିଲା । ଏହି ଲଗାଣ ବର୍ଷା ପରେ ନାଟମଣ୍ଡପ ଛାତରୁ ପାଣି ଗଳୁଥିବା ଦୃଷ୍ଟିଗୋଚର ହୋଇଥିଲା । ଏଥିଲାଗି ତୁରନ୍ତ ଏଏସଆଇକୁ ଯାଞ୍ଚ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ଆଇଆଇଟି ଖଡ଼କପୁର, ଚେନ୍ନାଇର ଏକ ସ୍ପେସାଲ୍ ଆର୍କିଓଲଜିକାଲ ଟିମ ସମେତ ଏଏସଆଇ ର ଏକ ଟିମ୍ ଶ୍ରୀମନ୍ଦିର ଆସି ଯାଞ୍ଚ କରିଥିଲେ । ଏହି ଦଳ ନାଟମଣ୍ଡପ ଛାତରେ ଫାଟ ସୃଷ୍ଟି ହେବା ଏବଂ ଛାତରୁ ପାଣିଗଳିବା ନେଇ ସ୍ପଷ୍ଟ କରିଛନ୍ତି ।

ଏଏସଆଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଶ୍ରୀମନ୍ଦିର ନାଟମଣ୍ଡପର ଛାତରେ ଏକ ବିମ୍ ନଷ୍ଟ ହୋଇଛି । ଏହାର ମରାମତି କାର୍ଯ୍ୟ ଖୁବ ଶିଘ୍ର ହେବାନେଇ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ତେବେ ନାଟମଣ୍ଡପ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତଙ୍କ ସହ ଆଲୋଚନା ପରେ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଏଠାରେ ସୂଚନାଯୋଗ୍ୟ ନାଟମଣ୍ଡପ ଯାଞ୍ଚ କରିଥିବା ବିଶେଷଜ୍ଞ କମିଟିରେ ଯେଉଁମାନେ ସଂଶ୍ଳିଷ୍ଟ ରହିଥିଲେ ସେମାନେ ହେଲେ, ଏଏସଆଇ ଟେକନ୍ନିକାଲ କୋର କମିଟିର ଅଧ୍ୟକ୍ଷ ଏପି ଗୁପ୍ତା, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ଼ଃ ଜିସି ମିତ୍ର, ଆଇଆଇଟି ଖଡ଼କପୁରର କଞ୍ଜରଭେସନ ସ୍କୁଲ ମୁଖ୍ୟ ଚେନ୍ନାଇ ଆଇଆଇଟିର ପ୍ରଫେସର ଅମ୍ଳାନ ଗୁପ୍ତା । ଏହି ଯାଞ୍ଚ କରିଥିବା ଟିମ୍ ୨ଦିନ ଧରି ଶ୍ରୀମନ୍ଦିର ନାଟମଣ୍ଡପ ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.