Latest Odisha News

BREAKING NEWS

ଜାଣନ୍ତୁ ଶରୀର ପାଇଁ କେତେ ଉପକାରୀ ହଳଦୀ ତେଲ

ଦୈନନ୍ଦିନ ଜୀବନରେ ଆମେ ହଳଦୀକୁ ମସଲା ତଥା ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାଉ । ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । କିନ୍ତୁ ଆମ ଭିତରୁ ଅନେକ ହଳଦୀର ତେଲ ସମ୍ପର୍କରେ ଜାଣିନଥିବେ, ଖାଲି ଯେ ହଳଦୀ ସ୍ୱାସ୍ଥ୍ୟ ପାଇଁ ଉପକାରୀ ତା ନୁହେଁ, ଏହାର ତେଲ ମଧ୍ୟ ବହୁ ଲାଭଦାୟକ । ଜାଣନ୍ତୁ ହଳଦୀ ତେଲ ଶରୀରର କେଉଁ କେଉଁ ସମସ୍ୟା ଦୂର କରିଥାଏ…

ଅବସାଦ ଦୂର କରିଥାଏ- ହଳଦୀ ତେଲ ଅବସାଦ ଦୂର କରିବାରେ ଅତ୍ୟନ୍ତ ସାହାର୍ଯ୍ୟ କରିଥାଏ । ହଳଦୀ ତେଲକୁ ହାତରେ ନେଇ ସାମାନ୍ୟ ମାଲିସ କଲେ ଏହାର ସୁଗନ୍ଧରେ ମନ ସତେଜ ହୋଇଯାଏ ଓ ଅବସାଦ ଚୁଟକିରେ ଦୂର ହୋଇଯାଏ ।

 

ହୃଦରୋଗ ସମସ୍ୟା ଦୂର କରେ- ହୃଦରୋଗୀଙ୍କ ପାଇଁ ହଳଦୀ ତେଲ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହି ତେଲରେ ରୋଷେଇ କରି ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ । ଏହା ଫଳରେ ହୃଦୟ ସୁସ୍ଥ ରହିବା ସହ ହୃଦଘାତ ହେବାର ଆଶଙ୍କା କମ ହୋଇଯାଏ ।

ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଏ- ଏହି ତେଲରେ ରହିଥିବା ଲିପୋପୋଲିସେକରାଇଡ ତତ୍ତ୍ୱ ଶରୀରର ଇମ୍ୟୁନି ସିଷ୍ଟମକୁ ସୁଦୃଢ କରିବା ଫଳରେ ଶରୀରକୁ ରୋଗର ହେବାର ଆଶଙ୍କା କମିଯାଇଥାଏ ।

ଦାନ୍ତ ସମସ୍ୟାରୁ ମୁକ୍ତି ଦିଏ- ଦାନ୍ତ ମାଢି ଦରଜ ହେଉଥିଲେ ସଙ୍ଗେ ସଙ୍ଗେ ଟୁଥ୍ ପେଷ୍ଟରେ କିଛି ହଳଦୀ ତେଲ ମିଶାଇ ୧ରୁ ୨ ମିନିଟ୍ ପର୍ଯ୍ୟନ୍ତ ଭଲଭାବେ ଘଷନ୍ତୁ ।

ଏପରି କରିବା ଦ୍ୱାରା କିଛି ସମୟ ପରେ ମାଢି ଦରଜ ସମସ୍ୟା ଦୂର ହୋଇଥାଏ ।

Leave A Reply

Your email address will not be published.