Latest Odisha News

BREAKING NEWS

ବର୍ଷାଦିନେ କିପରି ନେବେ କେଶର ଯତ୍ନ, ଜାଣନ୍ତୁ ଏହାର ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ଷା ଋତୁରେ ଅଧିକ କେଶ ସମସ୍ୟା ଦେଖାଯାଇଥାଏ। କାହିଁକି ନା ବର୍ଷାରେ କେଶ ଓଦା ହେବା କାରଣରୁ କେଶ ମୂଳରୁ ଦୁର୍ବଳ ହୋଇଯାଇଥାଏ। ଯେଉଁଥିପାଇଁ କେଶ ଝଡ଼ିବା ଭଳି ସମସ୍ୟା ଦେଖାଯାଏ । ଏହି ସମସ୍ୟାକୁ ଦୂର କରିବାକୁ ହେଲେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଜାଣନ୍ତୁ ସେ ସମ୍ପର୍କରେ …

ଯଦି ଆପଣ ବର୍ଷାରେ ଓଦା ହୋଇଯାଇଛନ୍ତି ତେବେ ସଙ୍ଗେ ସଙ୍ଗେ ଘରକୁ ଆସି ସାମ୍ପୁରେ ପ୍ରଥମେ କେଶକୁ ଧୋଇଦିଅନ୍ତୁ। ଏହାପରେ ଭଲଭାବରେ କେଶକୁ ଶୁଖାଇଦିଅନ୍ତୁ। ଘରୁ ବାହାରିବା ସମୟରେ କେଶକୁ ଭଲଭାବରେ କଭର୍ କରି ବାହାରନ୍ତୁ। ସପ୍ତାହରେ ଅତିକମରେ ଦୁଇ ଥର ନଡ଼ିଆ ତେଲ ବା ସୋରିଷ ତେଲ ଉଷୁମ କରି ମୁଣ୍ଡରେ ମସାଜ୍ କରନ୍ତୁ। ଏହା ଦ୍ୱାରା କେଶ ଶୁଷ୍କ ହେବ ନାହିଁ ଏବଂ ଏହାକୁ ପୋଷଣ ମିଳିବ। ବର୍ଷା ଋତୁରେ କେଶ ସମସ୍ୟାକୁ ଦୂର କରିବାକୁ ହେଲେ କେଶ ପାଇଁ ସିରମ ବ୍ୟବହାର କରିବା ସହ କେଶକୁ ଭଲଭାବେ କଣ୍ଡିସନର କରନ୍ତୁ।

କେଶ ଧୋଇବା ବେଳେ ପାଣିରେ ଦୁଇ ଚାମଚ ବିନେଗାର ମିଶାଇ ସେହି ପାଣିରେ ମୁଣ୍ଡ ଧୁଅନ୍ତୁ। ଏହା କେଶ ମୂଳରେ ଜମା ହୋଇଥିବା ଧୂଳି ବା ମାଟିକୁ ବାହାର କରିଥାଏ। ଘରେ ଅଣ୍ଡା ଓ ମହୁ ତିଆରି ପ୍ୟାକ କେଶରେ ଲଗାନ୍ତୁ। ଗୋଟିଏ ଅଣ୍ଡାରେ ଦୁଇ ଚାମଚ ଦହି, ଅଦାଚାମଚ ଲେମ୍ବୁ ରସ, ଅଧା ଚାମଚ ମହୁ ମିଶଆଇ ମାସ୍କ ପ୍ରସ୍ତୁତ କରନ୍ତୁ ଏବଂ ୧୫ରୁ ୨୦ ମିନିଟ୍ ପାଇଁ କେଶରେ ଲଗାଇ ଧୋଇଦିଅନ୍ତୁ। ସପ୍ତାହରେ ଦୁଇ ଥର ଏପରି କରିପାରିବେ।

ବର୍ଷାଦିନରେ କୌଣସି କେମିକାଲ ଟ୍ରିଟମେଣ୍ଟ କରନ୍ତୁ ନାହିଁ। ଯଦି ଏପରି କରିବା ପରେ ଆପଣଙ୍କ କେଶ ବର୍ଷାରେ ଓଦା ହେଲା ତାହେଲେ ଏହା ଡ୍ୟାମେଜ୍ ହୋଇପାରେ। କେଶକୁ ହଟ୍ ଟାଓ୍ୱାଲ୍ ଷ୍ଟିମ୍ ଦିଅନ୍ତୁ। ଉଷୁମ ପାଣିରେ ଟାଓ୍ୱଲ ଭେଦାଇ ତାକୁ ଚିପୁଡ଼ିଦିଅନ୍ତୁ। ଏହାକୁ ୧୫ରୁ ୨୦ ମିନିଟ୍ ଯାଏଁ ମୁଣ୍ଡରେ ଗୁଡ଼ାଇ ରଖନ୍ତୁ ଏବଂ ପରେ ସାମ୍ପୁରେ ଧୋଇଦିଅନ୍ତୁ। ଏହା ଦ୍ୱାରା କେଶ ତେଲିଆ ବା ଶୁଷ୍କ ହେବ ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଖାଦ୍ୟ। ସୁସ୍ଥ କେଶ ପାଇ ପୃଷ୍ଟିସାର ଖାଦ୍ୟ ଖାଇବା ଉଚିତ୍‌। ତେଲ ଯୁକ୍ତ ଏବଂ ଜଙ୍କ୍‌ ଫୁଡ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ସବୁପ୍ରକାର ପନିପରିବା ଖାଇବା ସହ ଦୈନିକ ଖାଦ୍ୟରେ ସାଲାଡ୍‌ ସାମିଲ୍‌ କରିବାକୁ ଭୁଲନ୍ତୁ ନାହିଁ।

Leave A Reply

Your email address will not be published.