Latest Odisha News

ଭୁବନେଶ୍ୱର-କଲୋମ୍ବୋ ମଧ୍ୟରେ ଆରମ୍ଭ ହୋଇପାରେ ବିମାନ ସେବା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ୱରରୁ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇପାରେ । ଖୁବଶୀଘ୍ର ସେବା ଆରମ୍ଭ ପାଇଁ ଆଗ୍ରହ ପ୍ରକାଶ କରିଛି ଶ୍ରୀଲଙ୍କାର ଏୟାରଲାଇନ୍ ।

ଏନେଇ ଶ୍ରୀଲଙ୍କା ଏୟାରଲାଇନର ଭାରତ, ବାଂଲାଦେଶ ଓ ନେପାଳର କ୍ଷେତ୍ରୀୟ ନିର୍ଦ୍ଦେଶକ ଭି. ରବୀନ୍ଦ୍ରନ ସୂଚନା ଦେଇଛନ୍ତି । ଭୁବନେଶ୍ୱରରୁ କଲୋମ୍ବା ବିମାନ ସେବା ନେଇ ଶ୍ରୀଲଙ୍କା ଏୟାରଲାଇନ୍ ଯୋଜନା କରୁଥିବା ସେ କହିଛନ୍ତି ।

ଅର୍ଥନୈତିକ ମାନ୍ଦାବସ୍ଥାରୁ ଶ୍ରୀଲଙ୍କା ଏବେ ମୁକୁଳୁଥିବା କହିବା ସହ ଭାରତର ଅନ୍ୟ ସ୍ଥାନକୁ ଶ୍ରୀଲଙ୍କା ଏୟାରଲାଇନ୍ ସେବା ଯୋଗାଇବ ବୋଲି କହିଛନ୍ତି ।

କୋଭିଡ୍ ମହାମାରୂ ପୂର୍ବରୁ ଶ୍ରୀଲଙ୍କା ଏୟାରଲାଇନ୍ ଭାରତର ୧୧ଟି ସ୍ଥାନକୁ ବିମାନ ସେବା ଯୋଗାଉଥିଲା । ଏବେ ଦେଶର ୯ଟି ସ୍ଥାନ ଯଥା- ଦିଲ୍ଲୀ, ମୁମ୍ବାଇ, ବେଙ୍ଗଳୁରୁ, ହାଇଦ୍ରାବାଦ, କୋଚିନ୍, ତ୍ରିଭେନ୍ଦ୍ରମ, ମଦୁରାଇ ଓ ତ୍ରିଚୀକୁ ବିମାନ ଉଡ଼ୁଛି ।

ଆଗକୁ ଅହମଦାବାଦ, କଲିକତା ଓ ଗୋଆକୁ ବିମାନ ଉଡ଼ାଣ କରିବାକୁ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା ଏୟାରଲାଇନ୍ । ଓଡ଼ିଶା ଉପରେ ବି ଶ୍ରୀଲଙ୍କ ଏୟାରଲାଇନ୍ ନଜର ରଖିଛି ।

Leave A Reply

Your email address will not be published.