Latest Odisha News

BREAKING NEWS

୮ ମାସ ପରେ ପୁଣି ଆରମ୍ଭ ହେଉଛି ‘ଏଲ୍‌ଏଲ୍’ ପାଇଁ ସ୍ଲଟ୍‌ ବୁକିଂ, ଜାଣନ୍ତୁ କେବେଠୁ

ଭୁବନେଶ୍ୱର: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ଡ୍ରାଇଭିଂ ଲର୍ଣ୍ଣର ଲାଇସେନ୍ସ (ଏଲ୍‌ଏଲ୍‌) ପାଇଁ ସ୍ଲଟ୍‌ ବୁକିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

ସୂଚନାନୁସାରେ, ନଭେମ୍ବର ୧୨ ତାରିଖରୁ ଲର୍ଣ୍ଣର ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ କରିହେବ ବୋଲି ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

୧୨ ତାରିଖ ଦିନ ୧୧ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବା ନେଇ ସୂଚନା ରହିଛି । ପୂର୍ବରୁ ଲର୍ଣ୍ଣର ଲାଇସେନ୍ସ ପାଇଁ ଯେଉଁମାନେ ଧାର୍ଯ୍ୟ ଅର୍ଥ ପୈଠ କରିଥିଲେ ତାହା ବୈଧ ରହିଛି । ସକାଳ ୭ଟାରୁ ୧୦ଟା ଭିତରେ ଯେ କେହି ନିଜ ପସନ୍ଦର ସ୍ଲଟ୍‌ ବୁକିଂ କରିପାରିବେ । କେବଳ ଯେଉଁମାନେ ଆଗରୁ ଲର୍ଣ୍ଣିଂ ଲାଇସେନ୍ସ ପାଇବା ପାଇଁ ସ୍ଳଟ୍‌ ବୁକିଂ କରିଥିଲେ ସେମାନଙ୍କ ପାଇଁ ଏହି ସୁବିଧା ମିଳିବ । ନୂଆ ଏଲ୍‌ଏଲ୍‌ ପାଇବା ପାଇଁ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଅନ୍ୟପଟେ ୧୬ ତାରିଖରୁ ଏଲ୍‌ଏଲ୍‌ ପାଇଁ ଟେଷ୍ଟିଂ ଆରମ୍ଭ ହେବ। ସ୍ଲଟ୍‌ ବୁକିଂ ପାଇଁ ୧୫ ମିନିଟ୍‌ ସମୟ ରହିବ। କୋଭିଡ କଟକଣା ମଧ୍ୟରେ ରହି ଏହି କାର୍ଯ୍ୟ ସମ୍ପାଦନା କରିବାକୁ ବାଧ୍ୟତାମୂଳକ କରାଯାଇଛି।

ଟେଷ୍ଟିଂ କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଯଦି ଆବେଦନକକାରୀ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରୁ ହୋଇଥିବେ ତାହେଲେ ତାଙ୍କୁ ଟେଷ୍ଟ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଜଣାପଡିଛି । ନିୟମ ଉଲଂଘନ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।

ଆବେଦନକାରୀମାନେ ଟେଷ୍ଟିଂ ପାଇଁ ଅନ୍ୟ କାହାରିକୁ ସାଥୀରେ ନେଇ ନଆସିବାକୁ କୁହାଯାଇଛି। ଯଦି ପରବର୍ତ୍ତୀ ସମୟରେ କରୋନା ପାଇଁ ସରକାରଙ୍କ ପକ୍ଷରୁ ସଟ୍‌ଡାଉନ୍‌ ଘୋଷଣା କରାଯାଏ ତାହେଲେ ଟେଷ୍ଟକୁ ବାତିଲ୍‌ କରାଯିବ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ।

Comments are closed.