ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଗଞ୍ଜାମ ଜିଲା ଉପରେ ପଡ଼ିବ ନାହିଁ। ତଥାପି ସତର୍କତାମୂଳକ ପଦକ୍ଷେପ ଭାବେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ହେଡକ୍ବାର୍ଟରେ ରହିବାକୁ ନିର୍ଦେଶ ଦେଇଛନ୍ତି। ସମ୍ତ ଛୁଟିକୁ ବାତିଲ୍ କରାଯାଇଛି।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଶୁକ୍ରବାର ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା ଜିଲାପାଳମାନଙ୍କ ସହ ଭିଡ଼ିଓ କନ୍ସଫ୍ରେନ୍ସିଂରେ ଆଲୋଚନା ବେଳେ ଅବଗତ କରାଇଥିଲେ। ଜିଲାପାଳ ପରିଡ଼ା ଏଥିରେ ସାମିଲ ହୋଇଥିଲେ। ଏସଆରସି ଜେନା ସୂଚନା ଦେଇଥିଲେ ଯେ, ବାତ୍ୟା ବାଂଲାଦେଶକୁ ସ୍ଥଳ ଭାଗକୁ ସ୍ପର୍ଶ କରିବ। ଏହା ସମୁଦ୍ର ମଧ୍ୟଦେଇ ଗତି କରିବ। ସମୁଦ୍ର ଅଶାନ୍ତ ରହିବ। ସମୁଦ୍ର ତଟବର୍ତ୍ତି ଜିଲାପାଳମାନେ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲାକୁ ଏହାର ପ୍ରଭାବ ପଡିନପାରେ ବୋଲି କହିଥିଲେ। ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ସଂପୂର୍ଣ୍ଣ ବାରଣ କରାଯାଇଛି। ତଳିଆ ଅଞ୍ଚଳରେ କିମ୍ବା ମାଟିକାନ୍ଥ ଅବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିକଟସ୍ଥ ଗ୍ରାମପଞ୍ଚାୟତ କୋଠାଘର, ବିଦ୍ୟାଳୟ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇ ଖାଦ୍ୟ ପାନୀୟ ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ଏସଆରସି ଜେନା ନିର୍ଦେଶ ଦେଇଥିଲେ। ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କ ତାଲିକା ଏବଂ ସେମାନଙ୍କ ଯୋଗାଯୋଗ ନମ୍ବର ଦେବାକୁ କୁହାଯାଇଛି। ଯେଉଁ କର୍ମଚାରୀ କିମ୍ବା ଅଧିକାରୀ ବାତ୍ୟା ମୁକାବିଲା ଦାୟିତ୍ବରେ ଥାଇ ପରିଚାଳନାରେ ଅସୁବିଧା ସୃଷ୍ଟି କରିବେ, ସେମାନଙ୍କ ବିରୋଧରେ ଏସଆରସି ଆଇନ୍ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ସମୁଦ୍ର ମଧ୍ୟରେ ନୌକା ନଥିବା ଏବଂ କେହି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାଁନ୍ତି ବୋଲି ଜିଲା ମତ୍ସ୍ୟ ଅଧିକାରୀ ଲିଖିତ ପ୍ରମାଣ ପତ୍ର ଦେବାକୁ ନିର୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲାକୁ ବାତ୍ୟା ସ୍ପର୍ଶ କରିବ ନାହିଁ ବୋଲି କୁହାଯାଇଛି। ତଥାପି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲା ପରିଷଦ ଭି.କିର୍ତ୍ତି ଭାସନ, ପ୍ରୋବେସୋନାରୀ ଆଇଏଏସ ଧୀନା, ଛତ୍ରପୁର ଉପ ଜିଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।
BREAKING NEWS
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
Comments are closed.