Latest Odisha News

ଏମ୍ସରେ ଛୁଟି ବାତିଲ,ଅତି ଶୀଘ୍ର କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଛୁଟି ବାତିଲ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚିକିତ୍ସା ଆଧାର ବ୍ୟତୀତ ଅନ୍ୟ କୌଣସି ଅଧିକାରୀଙ୍କୁ କୌଣସି ପ୍ରକାରର ଛୁଟି ମଞ୍ଜୁର କରାଯିବ ନାହିଁ। ଏହା ସହିତ ପୂର୍ବରୁ ମଞ୍ଜୁର ହୋଇଥିବା ଛୁଟି ଯଦି ଥାଏ ତାହା ବାତିଲ କରାଯାଇଛି । ଛୁଟିରେ ଥିବା ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ପୁନର୍ବାର ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ନିଆଯାଇଛି ବଡ଼ ନିଷ୍ପତ୍ତି । ଛୁଟି ବାତିଲ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା ।

ଆଜି ମଧ୍ୟ ପଞ୍ଜାବର ଜଳନ୍ଧର, ପଠାଣକୋଟ ଏବଂ କାଶ୍ମୀର ଅଞ୍ଚଳର ଉରିରେ ବ୍ଲାକଆଉଟ୍ ଜାରି କରାଯାଇଛି। ଅନ୍ୟପକ୍ଷରେ, ଜମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖା ପାଖରେ ଥିବା ଅନେକ ସେକ୍ଟରରେ ପାକିସ୍ତାନ ପ୍ରବଳ ଗୁଳିବର୍ଷା କରୁଛି। ଭାରତୀୟ ସେନା ଏହାର କଡା ଜବାବ ଦେଉଛନ୍ତି।

Comments are closed.