Latest Odisha News

BREAKING NEWS

ବେରୁତ ବିସ୍ଫୋରଣ ପରେ ପଦ ଛାଡ଼ିଲେ ଲେବାନନ୍ ପ୍ରଧାନମନ୍ତ୍ରୀ

ଲେବାନନ୍: ବେରୁତ ବିସ୍ଫୋରଣ ଘଟଣା ପରେ ଲେବାନନରେ ତେଜିଛି ଜନ ଆକ୍ରୋଶ । ରାଜରାସ୍ତାରେ ହିଂସାକାଣ୍ଡ ଓ ବିରୋଧ ପ୍ରଦର୍ଶନ । ଏଭଳି ସ୍ଥିତିରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଲେବାନନ ପ୍ରଧାନମନ୍ତ୍ରୀ ହସନ୍ ଦିଆବ୍ । ଏହାସହ ତାଙ୍କ କ୍ୟାବିନେଟ ବି ଇସ୍ତଫା ଦେଇଛି ।

ଟ୍ୱିଟ୍ କରି ହସନ୍ ଦିଆବ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ବେରୁତରେ ଭୟାବହ ବିସ୍ଫୋରଣ ଘଟଣାକୁ ନେଇ ସେ ପଦରୁ ଇସ୍ତଫା ଦେଉଛନ୍ତି । ହସନ୍ ଦିଆବ୍ କହିଛନ୍ତି ସେ ଗୋଟିଏ ପାଦ ପଛକୁ ଫେରୁଛନ୍ତି । କାରଣ ଲୋକଙ୍କ ସହ ରହି ପରିବର୍ତ୍ତନର ଲଢ଼େଇରେ ସାମିଲ ହୋଇପାରିବେ ।

ଅଗଷ୍ଟ ୪ ତାରିଖରେ ବେରୁତ ବିସ୍ଫୋରଣରେ ୧୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଆହତ ହୋଇଛନ୍ତି ୬ ହଜାରରୁ ଅଧିକ ଲୋକ । ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ଘଟଣା ପରେ ସରକାରଙ୍କ କାର୍ଯ୍ୟଦକ୍ଷତା ଓ ପାରିବା ପଣିଆ ନେଇ ପ୍ରଶ୍ନବାଚୀ ଉଠିଛି । ଚାପରେ ଥିବା ସରକାର ଶେଷରେ ଇସ୍ତଫା ଦେଇଛନ୍ତି ।

Leave A Reply

Your email address will not be published.