Latest Odisha News

BREAKING NEWS

ଡୋନାଲ୍ଟ ଟ୍ରମ୍ପଙ୍କ ପ୍ରେମସିଟ୍ ବେଳେ ହ୍ୱାଇଟ୍ ହାଉସ୍ ବାହାରେ ଗୁଳିମାଡ଼

ଓ୍ୱାଶିଂଟନ୍: ହ୍ୱାଇଟ୍ ହାଉସ୍ ଭିତରେ ପ୍ରେସମିଟରେ ସୂଚନା ଦେଉଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏତିକିବେଳେ ବାହାରେ ହେଲା ଗୁଳିମାଡ଼ । ହ୍ୱାଇଟ୍ ହାଉସ ବାହାରେ ଗୁଳିମାଡ଼ ନେଇ ନିଜେ ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକା ରାଷ୍ଟ୍ରପତି କହିଛନ୍ତି, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସିକ୍ରେଟ ସର୍ଭିସ (ଗୁଇନ୍ଦା ସେବା) ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ କାବୁ କରାଯାଇଛି । ତା ଦେହରେ ଗୁଳି ବାଜିଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକାର ସିକ୍ରେସ ସର୍ଭିସ ଅଧିକାରୀଙ୍କ କାଯ୍ୟକୁ ପ୍ରଶଂସା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଗୁଇନ୍ଦା ସେବା ବିଭାଗ ତ୍ୱରିତ ଓ ପ୍ରଭାବୀ କାର୍ଯ୍ୟ କରିଛି । ଗୁଳିମାଡ଼ ଯୋଗୁ କିଛି ସମୟ ପ୍ରେସମିଟ୍ ପ୍ରଭାବିତ ହୋଇଥିଲା ।

Leave A Reply

Your email address will not be published.