Latest Odisha News

ଇସ୍ରାଏଲ ଉପରେ ୨୦୦ରୁ ଅଧିକ ମିସାଇଲ ଆକ୍ରମଣା କଲା ହିଜବୁଲ୍ଲା

ବେରୁତ: ଇସ୍ରାଏଲ ଓ ହମାସ ଯୁଦ୍ଧ ଥମୁ ନ ଥିବା ବେଳେ ଏବେ ହିଜବୁଲ୍ଲାର ଏଂଟ୍ରି ହୋଇଛି । ଲେବାନନର ଏହି ସଂଗଠନ ଇସ୍ରାଏଲ ଉପରେ ୨୦୦ରୁ ଅଧିକ ମିସାଇଲ ମାଡ କରିଥିବା ଦାବୀ କରିଛି । ଇସ୍ରାଏଲ ଉପରେ ହିଜବୁଲ୍ଲାର ଏହା ସବୁଠାରୁ ବଡ ଆକ୍ରମଣ ଭାବେ ବିବେଚନା କରାଯାଉଛି । ନିକଟରେ ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାର କ୍ଷେତ୍ରୀୟ ଡିଭିଜନର ନେତୃତ୍ୱ କରୁଥିବା କମାଣ୍ଡର ନାମେହ ନାସୀରଙ୍କ ମୃତ୍ୟୁ ଘଟିଥିଲା । ଆମ କମାଣ୍ଡରଙ୍କ ମୃତ୍ୟୁର ଜବାବ ଠିକ ଭାବେ ଦେଇଛୁ । ଆଗକୁ ଏହି ଯୁଦ୍ଧ ଆହୁରି ତୀବ୍ର ହେବ ବୋଲି ଆଶଙ୍କା କରାଯାଉଛି । ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ ନେଇ କିଛି ପୃଷ୍ଟି କରାଯାଇନି ।

ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସୀମାରେ ପ୍ରବେଶ କରି ନିରୀହ ଜନତାଙ୍କୁ ହତ୍ୟା କରିବା ସହ ଅପହରଣ କରିଥିଲେ । ଏହାର ଜବାବରେ ଇସ୍ରାଏଲ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଗାଜା ସହର ଏକପ୍ରକାର ଧ୍ୱଂସ ହୋଇଯାଇଛି । ଏବେ ହିଜବୁଲ୍ଲାର ଏଂଟ୍ରି ପରେ ଏହି ଯୁଦ୍ଧ କେଉଁ ରୂପ ନେଉଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଇରାନ ମଧ୍ୟ ପରୋକ୍ଷରେ ଇସ୍ରାଏଲ ବିରୋଧରେ ଗୋଟି ଚାଳନା କରୁଛି ।

Leave A Reply

Your email address will not be published.