Latest Odisha News

BREAKING NEWS

୭ଟି ରାଜ୍ୟର ଖାଲି ପଡିଥିବା ୧୮ ରାଜ୍ୟସଭା ସିଟ ପାଇଁ ଜୁନ ୧୯ରେ ନିର୍ବାଚନ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୭ଟି ରାଜ୍ୟର ଖାଲି ପଡିଥିବା ରାଜ୍ୟସଭା ସିଟ ପାଇଁ ହେବାକୁ ଥିବା ନିର୍ବାଚନକୁ ଘୁଂଚାଇ ଦିଆଯାଇଥିଲା । ସୋମବାର ଭାରତୀୟ ନିର୍ବାଚନ କମିଶନ ଏହି ୧୮ ରାଜ୍ୟସଭା ଆସନ ଜୁନ ୧୯ରେ ହେବ ବୋଲି ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶ(୪), ଗୁଜରାଟ(୪), ଝାଡଖଣ୍ଡ (୨), ମଧ୍ୟପ୍ରଦେଶ(୩), ମଣିପୁର(୧), ମେଘାଳୟ (୧)ଏବଂ ରାଜସ୍ଥାନ(୩)ରେ ଏହି ସିଟ୍ ଖାଲି ରହିଛି ।

୧୯ ତାରିଖ ସନ୍ଧ୍ୟା ୫ଟା ବେଳେ ଭୋଟ ଗଣତି ହେବ ବୋଲି ସ୍ପଷ୍ଟ କରାଯାଇଛି । କରୋନା ଭାଇରସକୁ ଆଖି ଆଗରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାଚନ କମିଶନର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.