Latest Odisha News

BREAKING NEWS

ନାଇଟ୍ କର୍ଫ୍ୟୁ ସମୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ କ’ଣ ଖୋଲା ରହିବ

ଭୁବନେଶ୍ୱର: ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଅବଧିକୁ ଜୁନ୍ ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏଥିସହ ରାତ୍ରୀକାଳୀନ କର୍ଫ୍ୟୁକୁ ରାଜ୍ୟରେ ବଳବତ୍ତର ରଖାଯାଇଛି । ସନ୍ଧ୍ୟା ୭ଟା ପରେ ଘରୁ କେହି ବାହାରକୁ ବାହାରିବେ ନାହିଁ । ଏହି କଟକଣା ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଏହାପରେ ଯଦି ବିନା କାରଣରେ କୌଣସି ବ୍ୟକ୍ତି ରାସ୍ତାରେ ବୁଲୁଥିବା ଅବସ୍ଥାରେ ଧରାପଡ଼ନ୍ତି, ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ଏହା ସକାଳ ୭ଟା ଯାଏଁ ଥିଲା । ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

  • ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ଜିଲ୍ଲା ଓ ନଗରପାଳିକା ପ୍ରଶାସନ, ପୁଲିସ, ସରକାରୀ କାର୍ଯ୍ୟାଳୟରେ କାମ ପୂର୍ବଭଳି ଜାରି ରହିବ। କର୍ଫ୍ୟୁ ସମୟରେ ଏହି ବିଭାଗର କାର୍ଯ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।
  • ଆଇଟି କମ୍ପାନିର କର୍ମଚାରୀ ଯଦି ଏହି ନାଇଟ କର୍ଫ୍ୟୁ ସମୟରେ ଡିୟୁଟି ଯାଉଛନ୍ତି କିମ୍ବା ଆସୁଛନ୍ତି ତେବେ ସେମାନେ ଆଇକାର୍ଡ ଦେଖାଇ ସୁବିଧାରେ ଯାତାୟାତ କରି ପାରିବେ ।
  • ଘରୋଇ ଓ ସରକାରୀ ଡାକ୍ତର, ମେଡିକାଲ ଓ ପାରାମେଡିକାଲ କର୍ମୀ ସେମାନଙ୍କ କାମ ଜାରି ରଖିବେ। ଔଷଧ ଦୋକାନୀଙ୍କ ଉପରେ ପ୍ରତିବନ୍ଧକ ରହିବ ନାହିଁ ।
  • ବିମାନବନ୍ଦର, ରେଲୱେ ଷ୍ଟେସନ ଓ ବସ୍ ଷ୍ଟାଣ୍ଡକୁ ଯାତ୍ରୀଙ୍କୁ ଆଣିବା ଓ ଛାଡ଼ିବାକୁ ଯାଉଥିବା ଗାଡ଼ି ଯାଇପାରିବ । ୬୫ରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ, ୧୦ ବର୍ଷରୁ କମ୍ ବୟସର ଛୁଆଙ୍କୁ ବାହାରକୁ ବାହାରିବା ପାଇଁ ଅନୁମତି ନାହିଁ ।
  • କେବଳ ଏତିକି ନୁହେଁ ସମସ୍ତ ନିର୍ମାଣ କାର୍ଯ୍ୟ, ସମସ୍ତ ଶିଳ୍ପସଂସ୍ଥା ପାଇଁ ପୂର୍ବ ଭଳି କାର୍ଯ୍ୟ କରିବ, ନାଇଟ୍‌ କର୍ଫ୍ୟୁ ନିୟମ ଲାଗୁ କରାଯାଇ ନାହିଁ।
Leave A Reply

Your email address will not be published.