Latest Odisha News

BREAKING NEWS

ବାଲେଶ୍ବର ଏଫ୍‌ଏମ୍‌ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଥାନାରେ ଅଟକ; ଏପଟେ ପ୍ରିନ୍ସିପାଲ ଓ ବିଭାଗୀୟ ମୁଖ୍ୟ ନିଲମ୍ବିତ

ବାଲେଶ୍ବର:ବାଲେଶ୍ବର ଏଫ୍‌ଏମ୍‌ କଲେଜରେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇବା ଘଟଣାରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ପୋଲିସ ଅଟକ ରଖିଛି । ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଛାତ୍ରୀ ଜଣକ ଅଭିଯୋଗ କରି ଶନିବାର ଏଭଳି ପଦକ୍ଷେପ ନେଇଥିଲେ।

ଏପଟେ ବାଲେଶ୍ୱର FM କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଓ ଏଜୁକେସନ ବିଭାଗ HOD ସମୀର ସାହୁ ସସ୍‌ପେଣ୍ଡ ହୋଇଛନ୍ତି । ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ ଉଭୟଙ୍କୁ ସସ୍‌ପେଣ୍ଡ କଲେ ଉଚ୍ଚଶିକ୍ଷା ବିଭାଗ । କାର୍ଯ୍ୟାନୁଷ୍ଠାନ ବାବଦରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଖବରମୁତାବକ, ଶନିବାର କଲେଜରେ ଛାତ୍ରୀ ଜଣକ ଧାରଣାରେ ବସିଥିଲେ । ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଓ ପରେ ଭୁବ​‌ନେଶ୍ଵର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଛାତ୍ରୀ ହେଲେ ଇଣ୍ଟିଗ୍ରେଟଡ ବିଇଡିର ଦ୍ବିତୀୟ ବର୍ଷ ଛାତ୍ରୀ ବୋଲି ଜଣାପଡିଛି ।

ଅଧ୍ୟାପକଙ୍କ ନାମରେ ଅଭିଯୋଗ ରହିଥିବାରୁ ସହଦେବଖୁଣ୍ଟା ପୋଲିସ ଅଭିଯୁକ୍ତଙ୍କୁ ଉଠାଇ ନେଇଛି ।

Comments are closed.