Latest Odisha News

ବିଳମ୍ବରେ କାହିଁକି ଆସିଲ ବୋଲି ପଚାରି ଛେଚା ଖାଇଲେ ଅଧ୍ୟାପକ

ଝାରସୁଗୁଡ଼ା: ଛାତ୍ରଙ୍କ ମାଡ଼ରେ ଲହୁଲୁହାଣ ହେଲେ ଅଧ୍ୟାପକ । ଝାରସୁଗୁଡ଼ା ଜିଲ୍ଲା କଟାପାଲି ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଳମ୍ବରେ କ୍ଲାସରୁମକୁ ଆସିବା ନେଇ ଅଧ୍ୟାପକ ପଚାରିବାକୁ ଛାତ୍ର ଜଣଙ୍କ ମାଡ଼ ମାରିଛନ୍ତି । ଯେଉଁଥିରେ ଗୁରୁତର ଆହତ ହୋଇଛନ୍ତି ଅଧ୍ୟାପକ ।

ଅଧ୍ୟାପକ ଅମିତ କୁମାର ବାରିକ ଆଜି ପାଠ ପଢ଼ାଉଥିଲେ । ସେହି ସମୟରେ ବିଳମ୍ବରେ କ୍ଲାସକୁ ଆସିଥିଲେ ଯୁକ୍ତ ୩ ପ୍ରଥମ ବର୍ଷର ଜଣେ ଛାତ୍ର । ଅମିତ ପଚାରିଥିଲେ ଆସିବାରେ ବିଳମ୍ବରେ କାହିଁକି? ଏତିକି କଥାରେ ଛାତ୍ର ଜଣଙ୍କ ରାଗି ଯାଇ ଅଧ୍ୟାପକଙ୍କୁ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ଅଧ୍ୟାପକ ଜଣଙ୍କୁ ପ୍ରଥମେ ଝାରସୁଗୁଡା ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଛାତ୍ର ଜଣଙ୍କ ବ୍ରଜରାଜନଗର ଓପିଏମ୍ ଅଞ୍ଚଳର ହୋଇଥିବା ବେଳେ ଅଧ୍ୟାପକ ଜଣଙ୍କ ଗୁଡ଼ିପଦର ଅଞ୍ଚଳର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.