Latest Odisha News

BREAKING NEWS

ମାଆ ମଝିଘରିଆଣିଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ୫ ମୃତ

ରାୟଗଡ଼ା: ମାଆଙ୍କ ଆଶୀର୍ବାଦ ଭିକ୍ଷା କରି ଫେରୁଥିଲେ, ରାସ୍ତାରେ ଚାଲିଗଲା ଜୀବନ । ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତାହତ ଆନ୍ଧ୍ରପ୍ରଦେଶ କମରଡ଼ାର ବୋଲି ଜଣାପଡ଼ିଛି ।

ଆଜି ଅଟୋରେ ଆନ୍ଧ୍ର କମରଡ଼ାରୁ ୮ ଜଣ ରାୟଗଡ଼ା ଆସିଥିଲେ । ମାଆ ମଝିଘରିଆଣିଙ୍କ ଦର୍ଶନ ସାରି ଫେରିବା ବେଳେ ଅଟୋକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.