Latest Odisha News

BREAKING NEWS

ଯେଉଁମାନେ ପାଇନାହାନ୍ତି, ସେମାନଙ୍କୁ ଏହିଦିନ ମିଳିବ ସୁଭଦ୍ରା କିସ୍ତି…..

ଭୁବନେଶ୍ଵର: ପୁଣି ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ଏ ପର୍ଯ୍ୟନ୍ତ ସୁଭଦ୍ରାର କୌଣସି ବି କିସ୍ତି ପାଇନାହାନ୍ତି, ସେମାନେ ଏହି ଦିନ ସୁଭଦ୍ରା ଟଙ୍କା ପାଇବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଏପ୍ରିଲ ୨୨ ଓ ୨୩ ତାରିଖରେ ପୁଣି ସୁଭଦ୍ରା ଟଙ୍କା  ମିଳିବ । ଯେଉଁମାନେ ସୁଭଦ୍ରା କିସ୍ତି ପାଇନାହାନ୍ତି, ସେମାନେ ସର୍ଭେ ପରେ ଯୋଗ୍ୟ ବିବେଚିତ ହେଲେ, କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ । ସେମାନଙ୍କୁ ଏକାଥରେ ମିଳିବ ଦୁଇଟି କିସ୍ତି । ଅର୍ଥାତ୍ ୧୦ ହଜାର ଟଙ୍କା । ବର୍ତ୍ତମାନ ସୁଭଦ୍ରା ଯୋଜନାରୁ ୧ ଲକ୍ଷ ୭୦ ହଜାର ହିତାଧିକାରୀ ବାଦ ପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ସେମାନଙ୍କ ଆକାଉଣ୍ଟକୁ ଆସିବ ଟଙ୍କା ।

ଆହୁରି ମଧ୍ୟ ପ୍ରଭାତୀ କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ତାରିଖ ହୋଇଥିବା ବେଳେ ରବିବାର ସୁଦ୍ଧା ଆସିଥିବା ରିପୋର୍ଟ ଅନୁଯାୟୀ, ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ନୂଆ ଆବେଦନ ଆସିଛି । ଜିଲ୍ଲା ୱାରି ସେ ଆବେଦନର ସର୍ଭେ କରାଯିବ । ଜିଲ୍ଲାରୁ ରିପୋର୍ଟ ଦେବେ ଯେଉଁମାନେ ଆବେଦନ କରିଛନ୍ତି ସେମାନେ ସଠିକ ହିତାଧିକାରୀ କି ନାହିଁ । ଯୋଗ୍ୟ ହୋଇଥିଲେ ସୁଭଦ୍ରାରେ ସାମିଲ ହେବେ ।

ତେବେ ଏବେ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଛନ୍ତି । ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା  ।  ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଇଛି । ସେହିପରି ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି ।

Comments are closed.