ମୁମ୍ବାଇ: କିମ୍ବଦନ୍ତୀ ଗାୟକ ଗୋଲଡେନ୍ ମ୍ୟାନ୍ ବାପି ଦା’ ସଙ୍ଗୀତ ଜଗତରେ ତାଙ୍କର ଦବଦବା ଜାହିର କରିଥିବା ବେଳେ ପ୍ରତିଟି ଗୀତରେ ମତୁଆଲା ଦର୍ଶକ।
ସେ କେବଳ ବଲିଉଡ଼ ପାଇଁ ନୁହେଁ ହିନ୍ଦୀ , ପଞ୍ଜାବୀ ବ୍ୟତୀତ ବଙ୍ଗାଳୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଗୁଜରାଟୀ, ମରାଠୀ, ଭୋଜପୁରୀ, ଏବଂ ଆସାମ ଭାଷାରେ ଗୀତ ଗାଇଥିଲେ। ବାଂଲାଦେଶୀ ଫିଲ୍ମ ଏବଂ ଇଂରାଜୀ ଗୀତ ମଧ୍ୟ ରଚନା କରିଥିଲେ ବାପି।
ଅଶି ଓ ନବେ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’ । କେବଳ ହିନ୍ଦୀ ଗୀତ ନୁହେଁ ଏକାଧିକ ଭାଷାରେ ଗୀତ ଗାଇ ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି ବାପି ଲାହିରି ।
ଓଡିଆ ଭାଷାରେ ବି ଗୀତ ଗାଇଛନ୍ତି ବାପି ଦା’ । ଉଦୟଶଙ୍କର ପାଣିଙ୍କ ଓଡ଼ିଆ-ବଙ୍ଗଳା ଦ୍ବିଭାଷୀ ଛବି ‘ମିଛ ମାୟା ସଂସାର’ରେ ବି ସଙ୍ଗୀତ ନିର୍ଦେଶନା ଦେଇଥିଲେ।
ମିଛ ମାୟା ସଂସାର ଫିଲ୍ମଟିେରେ ପ୍ରଦୀପ କୁମାର, ବୀଣା, ପାପିଆ ଅଧିକାରୀ, ଉତ୍ତମ ମହାନ୍ତି , ବିଜୟ ମହାନ୍ତି ,ଦୁଃଖୀରାମ ସ୍ୱାଇଁ , ଦେବୁ ବୋଷ, ଶ୍ୟାମଳେନ୍ଦୁୁ , ଅପରାଜିତା , ସୁଜାତା ଆନନ୍ଦ ଓ ଗାୟତ୍ରୀ ଚାନ୍ଦ ମଧ୍ୟ ରହିଥିଲେ। ଏ ଫିଲ୍ମରେ ଅମିତ କୁମାରଙ୍କ ସହ ଉତ୍ତର କେଲକାରଙ୍କ ଦ୍ୱାରା ଏହି ଗୀତ ବେଶ ସୁପରହିଟ୍ ହୋଇପାରିଥିଲା। ଯାହାକୁ ଆଜି ବି ଲୋକମାନେ ବେଶ୍ ଗୁଣଗୁଣେଇଥାନ୍ତି ।
ତା ସହିତ ଆଉ କିଛି ଗୀତ ଯେମିତି ଏଇ ଶୁଭ ଦିନ ଆସେ, ବାୟା ମନ ମିଛେ ଏତେ ଓ କେତେ ଆଉ ଖୋଜିବି ବାଟ ‘ ରହିଛି । ମହମ୍ମଦ ଅଜିଜଙ୍କଠାରୁ ନେଇ , ଉଷା ମଙ୍ଗେସକର ଓ ଚନ୍ଦ୍ରାଣୀ ମୁଖାର୍ଜୀଙ୍କ ଭଳି ବହୁ ନାମୀ ଦାମୀ କଣ୍ଠଶିଳ୍ପୀ ମଧ୍ୟ ଏଥିରେ କଣ୍ଠ ଦାନ କରିଛନ୍ତି।
ସେହିଭଳି ଓଡ଼ିଆରେ ଗାଇଥିବା ତାଙ୍କର ପ୍ରତିଟି ଗୀତ ବି ସୁପର ଡୁପର ହିଟ୍ ହୋଇଥିଲା। ମୋ ଦୁନିଆ ତୁ ହି ତୁ’ ଓଡ଼ିଆ ଫିଲ୍ମରେ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସହ ଗୀତ ଗୁଡିକ ବେଶ୍ ଲୋକ ପ୍ରିୟ ହୋଇପାରିଥିଲା।
ଏଇ କିଛି ଓଡ଼ିଆ ଗୀତ ଗାଇ ନିଜର ଛାପ ଛାଡିଯାଇଛନ୍ତି ବାପି ଲାହିରି .. .
Ok
Comments are closed.