Latest Odisha News

BREAKING NEWS

ଆଖି ବୁଜିଲା କଲରାପତରିଆ ବାଘ

ବରଗଡ଼: ବରଗଡ଼ ଜିଲ୍ଲା ବାରପାହାଡ଼ ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ଡୁଙ୍ଗୁରୀ ଜଙ୍ଗଲ ଅନ୍ତର୍ଗତ ଆମ୍ବାଭୋନା ବ୍ଲକ ମୁଣ୍ଡକଟି ରାସ୍ତାରେ ବାଘଟିର ମୃତଦେହ ମିଲିଛି। ବାଘର ମୃତଦେହକୁ ବନବିଭାଗ ଜବତ କରି ଭଟଲି ରେଞ୍ଜ ଅଫିସରେ ରଖାଯାଇଛି।

ଏକ ଗାଡ଼ି ଧକ୍କାରେ ବାଘର ମୃତ୍ୟୁ ହୋଇଛି, ମାତ୍ର ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ ହୋଇ ନାହିଁ। ସେନେଇ ଅଧିକ ତଦନ୍ତ ଚାଲିଥିବା ଡିଏଫଓ ପଟ୍ଟନାୟକ କହିଛନ୍ତି। ମୃତ ବାଘ ପ୍ରାୟ ୨ ଫୁଟ୍‌ ଲମ୍ବ ଏବଂ ୬ ମାସ ବୟସର ହେବ ବୋଲି ସେ କହିଛନ୍ତି। ବୁଧବାର ମୃତବାଘର ବ୍ୟବଚ୍ଛେଦ ହେବ ବୋଲି ବରଗଡ଼ ଡିଏଫଓ ବିକ୍ରମଦେବ ପଟ୍ଟନାୟକ କହିଛନ୍ତି।

ସୂଚନା ମୁତାବକ, ଡୁଙ୍ଗୁରୀ ଜଙ୍ଗଲ ଅନ୍ତର୍ଗତ ଆମ୍ବାଭୋନା ବ୍ଲକ ମୁଣ୍ଡକଟି ରାସ୍ତାରେ ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ବେଳେ ଏକ କଲରାପତରିଆ ବାଘର ମୃତଦେହ ସ୍ଥାନୀୟଲୋକେ ଲୋକ ଦେଖିଥିଲେ। ଏନେଇ ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟଲୋକେ। ଖବର ପାଇ ବନବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ବରଗଡ଼ ଡିଏଫଓ ପଟ୍ଟନାୟକଙ୍କ ସମେତ ବନ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ବାଘର ମୃତଦେହକୁ ଜବତ କରିଥିଲେ। ତେବେ କୌଣସି ଅଜଣା ଗାଡ଼ି ଧକ୍କାରେ ବାଘର ମୃତ୍ୟୁ ଘଟିଥିବା କିଛି ଲୋକ ସନ୍ଦେହ କରୁଥିବା ବେଳେ ଆଉ କିଛି ବ୍ୟକ୍ତି ବାଘଟିକୁ ଶିକାର କରାଯାଇଥିବା ଚର୍ଚ୍ଚା କରୁଛନ୍ତି । ଅନ୍ୟପଟେ ସଡ଼କ ଦୁର୍ଘଟଣାରେ ବାଘର ମୃତ୍ୟୁ ଜିଲ୍ଲାରେ ପ୍ରଥମ ହୋଇଥିବା ଯୋଗୁଁ ଘଟଣାଟି ସମସ୍ତଙ୍କୁ ସ୍ତବ୍ଧ କରି ପକାଇଛି।

Comments are closed.