ନୂଆପଡ଼ା: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ । ଝରଣାମାଲ ଗାଁରେ ଗାଈକୁ ମାରି ଖାଇଲା ବାଘ । ଗୁହାଳରେ ପଶି ଗାଈକୁ ମାରି ଖାଇଛି ବାଘ । ଗତକାଲି ରାତିରେ ଗାଈକୁ ମାରି ଖାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତନାଘନା ଆରମ୍ଭ କରିଥିବା ବେଳେ ଲୋକଙ୍କୁ ବାଘ ପ୍ରତି ଜାଗ୍ରତ ରହିବାକୁ ସଚେତନ କରିଛି ବନ ବିଭାଗ ।
ସୂଚନା ଅନୁସାରେ, ନୂଆପଡ଼ା ଜିଲା ବୋଡେନ ଝରଣା ମାଲଗାଁରେ ଗତକାଲି ଗୋଟିଏ ଗାଈକୁ ବାଘ ମାରି ଖାଇଥିବା ନେଇ ଅଭିଯୋଗ ହୋଇଛି । ଗୁହାଳ ଭିତରେ ପଶି ଗାଈକୁ ମାରି ବାଘ ଖାଇଥିବା ଖବର ପ୍ରଚାରିତ ହେବା ପରେ ଗାଁରେ ଆତଙ୍କ ଖେଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ଲୋକଙ୍କୁ ସତର୍କ କରିଛି ଏବଂ ବାଘର ଗତିବିଧି ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିଛି। ବାଘକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଅପରପକ୍ଷରେ କଲରାପତରିଆ ବାଘକୁ ଧରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗକୁ ନିବେଦନ କରାଯାଇଛି।
Comments are closed.