Latest Odisha News

BREAKING NEWS

ରାଜ୍ୟରେ ୧୫ ପରେ କମିବ ବର୍ଷା ପରିମାଣ, ୨୩ରେ ପୁଣି ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ୧୬ ତାରିଖ ଭିତରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଅନ୍ୟପଟେ ରାଜ୍ୟରେ ଏବେ ବର୍ଷା କମିଛି। ଆସନ୍ତା ଦୁଇ ଦିନ ରାଜ୍ୟରେ କାଁ ଭାଁ ସ୍ୱଳ୍ପ ବର୍ଷା ହୋଇପାରେ। ୧୩ ଓ ୧୪ରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇପାରେ। ୧୫ରୁ ବର୍ଷା କମିବ। ୨୦ରୁ ୨୨ ଯାଏଁ ଖରା ଓ ତାତି ବଢ଼ିବ।

୨୩ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଏକ ଲଘୁଚାପ ହୋଇପାରେ। ୨୨ ତାରିଖ ଯାଏ ବଜ୍ରପାତର ଆଶଙ୍କା ଅଛି। କିନ୍ତୁ ୨୨ ତାରିଖ ଯାଏ ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ଚାଷ ପାଇଁ ପର୍ଯ୍ୟାପ୍ତ ବର୍ଷା ହେବ। ଦକ୍ଷିଣ ଉପକୂଳରେ ବର୍ଷା ନିଅଣ୍ଟିଆ ରହିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ପଶୁପାଳକ କହିଛନ୍ତି।

ସେହିପରି ଲଘୁଚାପ ସୃଷ୍ଟି ହେଲେ ୧୭ରୁ ୨୪ ତାରିଖ ଯାଏ ରାଜ୍ୟରେ ଅଧିକ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ୧୧ ଓ ୧୨ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ୧୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅଧିକ ବର୍ଷା ସମ୍ଭାବନା ଅଛି। ୧୪ ତାରିଖରେ ମୟୂରଭଞ୍ଜରେ ଅଧିକ ବର୍ଷା ହୋଇପାରେ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି।

Comments are closed.