Latest Odisha News

BREAKING NEWS

ପହଲଗାମ୍ ଆକ୍ରମଣ ପଛରେ ଲସ୍କର, UNରେ କାମ ଦେଲାନି ପାକିସ୍ତାନ ଚାଲ୍ 

ନୂଆଦିଲ୍ଲୀ: ଭାରତ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦର ଦ୍ବାରସ୍ଥ ହୋଇଥିଲା। କିନ୍ତୁ ସେଠାରେ ବି କାମ ଦେଲାନି ପାକିସ୍ତାନ ଚାଲ୍।

ମେ ୫ରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ସଦସ୍ୟ ଦେଶମାନେ ପାକିସ୍ତାନକୁ କଡ଼ା ପ୍ରଶ୍ନ ପଚାରିଥିଲେ। ଏପରିକି ପହଲଗାମ ଆକ୍ରମଣ ସମ୍ପର୍କରେ ପାକିସ୍ତାନର ମିଛ କାହାଣୀକୁ ଗ୍ରହଣ କରିବାକୁ ମନା କରିଥିଲେ ସଦସ୍ୟ ଦେଶ। ପାକିସ୍ତାନ ନିଜ ଛବିକୁ ଭଲ ଦର୍ଶାଇବାକୁ ଯାଇ ଏହି ଆକ୍ରମଣ ପଛରେ ଭାରତ ଥିବା କହିଥିଲା। ଏପରିକି ସୁରକ୍ଷା ପରିଷଦର ବର୍ତ୍ତମାନର ଅସ୍ଥାୟୀ ସଦସ୍ୟ ପାକିସ୍ତାନକୁ ପଚାରିଥିଲେ ଯେ ଲସ୍କର-ଏ-ତୈବା ଏହି ଆକ୍ରମଣରେ ସମ୍ପୃକ୍ତ କି ନାହିଁ।

ଯାହାଫଳରେ କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବାର ପାକିସ୍ତାନର ପ୍ରୟାସ ମଧ୍ୟ ବିଫଳ ହୋଇଛି। ତେବେ ବୈଠକରେ ଭାରତ ସହିତ କଥା ହୋଇ ଦ୍ୱିପାକ୍ଷିକ ଭାବରେ ଏହାକୁ ସମାଧାନ କରିବାକୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି।

ଅଧିକ ପଢନ୍ତୁ:- ଯୁଦ୍ଧ ସ୍ଥିତି ବେଳେ ୟୁଏନଏସସିରେ ଭାରତ-ପାକିସ୍ତାନ ରୁଦ୍ଧଦ୍ୱାର ବୈଠକରେ କଣ ହେଲା?

୧୫ ଜଣ ସଦସ୍ୟ ବିଶିଷ୍ଟ ପରିଷଦର କିଛି ସଦସ୍ୟ ବିଶେଷ ଭାବରେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ଆଧାରରେ ଟାର୍ଗେଟ କରିବାର ପ୍ରସଙ୍ଗ ଉଠାଇଥିଲେ। ଆହୁରି ମଧ୍ୟ ପାକିସ୍ତାନ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ଏବଂ ପରମାଣୁ ଅସ୍ତ୍ର ବିଷୟରେ ବାରମ୍ବାର ବୟାନ ଦେଇ ଉତ୍ତେଜନା ବୃଦ୍ଧି କରୁଥିବା ନେଇ ଚିନ୍ତା ପ୍ରକଟ କରିଥିଲେ ସଦସ୍ୟ ଦେଶ।

 

Comments are closed.